Latest Odisha News

ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲା ଓୟୁଏଟି

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ । ଏନେଇ ସତର୍କ କରାଇଛି ଓୟୁଏଟି । ଚାଷୀଙ୍କୁ ସଚେତନ କରାଇବା ସହ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି ।

ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ । ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ । କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି । ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି ବୋଲି ସେ କହିଛନ୍ତି ।

ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ । ହଳଦିଆ ରଙ୍ଗର ହେଲେ ବିପଦ ନାହିଁ । ଅନ୍ୟପଟେ, ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ କହିଛି ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଏଫଏଓ ପକ୍ଷରୁ ଏହି ସୂଚନା ଆସିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର ।

ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ସଚତେନ ଅଛନ୍ତି । କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀ ଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.