Latest Odisha News

BREAKING NEWS

ଭୁବନେଶ୍ଵରରୁ ଜବତ ହେଲା ୬୦ଲକ୍ଷରୁ ଊର୍ଦ୍ଧ୍ଵ ବ୍ରାଉନସୁଗାର

ଭୁବନେଶ୍ଵର; ଧଳାଜହର କାରବାରରେ ବୁଡିଛି ଓଡିଶା । ସବୁଦିନ କେଉଁଠୁ ନା କେଉଁଠୁ ଜବତ କରାଯାଉଛି ବ୍ରାଉନସୁଗାର । ଅନେକ ଚେଷ୍ଟା ଫଳରେ ବି ପୋଲିସକୁ ଦିନରେ ତାରା ଦେଖାଉଛନ୍ତି ବେପାରୀ ।  ଆଜି ଭୁବନେଶ୍ଵର ଫ୍ଲାଏ ଓଭର ବ୍ରଜ୍ ନିକଟରୁ ୬୬୦ ଗ୍ରାମର ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସ । ବ୍ରାଉନସୁଗାର ଜବତ ସହ ଦୁଇ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବ ରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ତେଣୁ ଅପରେଶନ ହ୍ବାଇଟ ସ୍ପାଇଡରକୁ ବ୍ୟାପକ କରାଯାଇଛି । ଆଜି ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ସିଆରପିଏଫ ଫ୍ଲାଏଓଭର ନିକଟରେ ରେଡ ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି ।ଜବତ ୬୬୦ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ ହୋଇଥିବା ସୂଚନା ରହିଛି । ସ୍ପେଶାଲ କ୍ରାଇମ୍ ୟୁନିଟ୍ ୨ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିଛି । ଉଭୟଙ୍କ ଘର ବାଲେଶ୍ୱର ଓ ଜଳେଶ୍ୱରର ବୋଲି ସୂଚନା ରହିଛି ।

ଗତ ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଚଳିତ ବର୍ଷ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Leave A Reply

Your email address will not be published.