Latest Odisha News

BREAKING NEWS

ଦୁଇ ମହାବଳଙ୍କ ଲଢେଇରେ ଜିତିଲା କିଏ, ଜାଣନ୍ତୁ କାହିଁକି ଲାଗିଥିଲା ଲଢେଇ

ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବାଘ ନମ୍ବର ୩୫ ଏବଂ ବାଘ ନମ୍ବର ୩୧ ମଧ୍ୟରେ ଏହି ଲଢେଇ ହୋଇଛି । ଏହି ଲଢେଇରେ ମୁଣ୍ଡରେ କଳା ଚିହ୍ନ ଥିବା ମହାବଳ ବାଘର ବିଜୟ ହୋଇଛି । ଆଉ ଏହି ନିଆରା ଦୃଶ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ ବେଳେ ସମ୍ମୁଖକୁ ଆସିଥିବା ବେଳେ କର୍ମଚାରୀ ଏହାକୁ ଭିଡ଼ିଓରେ କଏଦ କରିଥିଲେ । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଏସ୍.ଟି. ଆର.ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଗୋଗିନେନୀ । ଶ୍ରୀ ଗୋଗିନେନୀଙ୍କ କହିବା ମୁତାବକ ନିଜ ଅଞ୍ଚଳର ଅଧିକାରକୁ ନେଇ ଜଙ୍ଗଲରେ ଏଭଳି ଲଢେଇ ପ୍ରାୟତଃ ହୋଇଥାଏ ।

 

 

Leave A Reply

Your email address will not be published.