Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିଆପଡା ଅଞ୍ଚଳରୁ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଶୁକ୍ରବାର ଦିନ ପ୍ରାୟ ୧୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି ।

ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଉକ୍ତ ଟିମ୍ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଓ କ୍ୱାଟ୍ ମିଳିତ ଉଦ୍ୟମରେ ହଳଦିଆପଡା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଜଣେ ମହିଳାଙ୍କୁ ଗିରଫ କରିବା ସହ ତା’ ନିକଟରୁ ୧୯ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ନେଇ ଜଣାପଡିଛି ।

ତେବେ ଏସମ୍ପର୍କରେ ଛାନଭିନ୍ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.