Latest Odisha News

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ !
ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି

BjdElectrycity

ସମ୍ପଦ ମହାପାତ୍ର

ଆମ ଚାରିପଟେ ଯୁଆଡେ ଚାହିଁବ ସିଆଡେ ପ୍ଲାଷ୍ଟିକ । କେବଳ ସେତିକି ନୁହେଁ, ଏହା ଆମ ଖାଦ୍ୟ ଶୃଂଖଳ ଭିତରେ ପଶି ସାରିଲାଣି । ଏମତିକି ଅଜାଣତରେ ଖାଦ୍ୟ ସହ ପ୍ରତି ସପ୍ତାହରେ ଆଖିକୁ ନଦେଖାଯିବା ଭଳି ୨୦୦୦ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି । ହିସାବକୁ ନେଲେ ସପ୍ତାହକରେ ଗୋଟିଏ କ୍ରେଡିଟ୍ କାର୍ଡ ଓଜନର ପ୍ଲାଷ୍ଟିକ ଖାଉଛେ । ଡକ୍ଟrକ୍ଷୟ ଡସକ୍ଷୟକ୍ଷସଲର ୠଙ୍କଦ୍ଭୟ ର ରିପୋର୍ଟ ଅନୁଯାୟୀ, ସପ୍ତାହକୁ ୫ଗ୍ରାମ, ମାସକୁ ୨୧ ଗ୍ରାମ ହିସାବରେ ବର୍ଷକୁ ୨୫୦ଗ୍ରାମ ପର୍ଯ୍ୟନ୍ତ ପ୍ଲାଷ୍ଟିକ ପେଟକୁ ଯାଉଛି ।

ପ୍ଲାଷ୍ଟିକ ବୋତଲରୁ ଏବଂ ପ୍ଲାଷ୍ଟିକ ଟ୍ୟାପ ପାଣି ପିଇବା ବେଳେ ସେଥିରୁ ସର୍ବାଧିକ ପ୍ଲାଷ୍ଟିକ ଗୁଣ୍ଡ ପେଟକୁ ଯାଉଛି । ସାରା ବିଶ୍ୱ ଏହି ସମସ୍ୟା ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶ ଅପେକ୍ଷା ଆମେରିକା ଏବଂ ଭାରତରେ ଏହି ସମସ୍ୟା ଅଧିକ । ଏହାସହ ଲୁଣ, ବିଅର ଏବଂ ଚିଙ୍ଗୁଡି, କଙ୍କଡା ଭଳି ସାମୁଦ୍ରିକ ଖାଦ୍ୟ ଦେଇ ଆମେ ଖାଉଛୁ ବହୁ ପରିମାଣରେ ମାଇକ୍ରୋପ୍ଲାଷ୍ଟିକ ।

କୁଢ କୁଢ ପ୍ଲାଷ୍ଟିକ ଅଳିଆ ଖାଲି ଯେ ସମୁଦ୍ରକୁ ପ୍ରଦୂଷିତ କରୁଛି ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟିି କରୁଛି ତା ନୁହେଁ, ଧୀରେ ଧୀରେ ଆମ ଖାଦ୍ୟରେ ବି ପ୍ଲାଷ୍ଟିକ ଗୁଣ୍ଡ ମିଶିଲାଣି । ଏତେ ପରିମାଣରେ ମାଇକ୍ରୋପ୍ଲାଷ୍ଟିକ ଆମ ପେଟକୁ ଯିବା ଦ୍ୱାରା ଶରୀରର ସ୍ୱାଭାବିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ଭୟ ରହିଛି ।

ପରିବେଶ ପ୍ରତି ଆଖି ବୁଜି ମଣିଷ କେଉଁଭଳି ବେହିସାବ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର କରଛି ତାର ଏକ ପ୍ରମାଣ ଏଥିରୁ ମିଳିବ, ଭାରତ ମହାସାଗର ଭିତରେ ଅଷ୍ଟେ୍ରଲିଆ ଅଧୀନରେ ଥିବା କୋକୋସ୍ ଦ୍ୱୀପରେ ରହୁଛନ୍ତି ମାତ୍ର ୫ଶହ ଲୋକ, ହେଲେ ସେଠିକା ସମୁଦ୍ର କୂଳରେ ଗଦା ହୋଇଛି ୨୩୮ ଟନ୍ ପ୍ଲାଷ୍ଟିକ ଆବର୍ଜନା । ଏହି ନିର୍ଜନ ପ୍ରାୟ ଦ୍ୱୀପରେ ପଡିଥିବା ପ୍ରାୟ ୪୨କୋଟି ଖଣ୍ଡ ପ୍ଲାଷ୍ଟିକ ଭିତରେ ଅଛି ୧୦ଲକ୍ଷ ଜୋତା ଏବଂ ୪ଲକ୍ଷ ଟୁଥବ୍ରଶ୍ ।

ଆମ ଶରୀରକୁ କେତେ ପରିମାଣର ମାଇକ୍ରୋ ପ୍ଲାଷ୍ଟିକ ଯାଉଛି, ସେନେଇ ବିଶ୍ୱର ୫୦ଟି ସ୍ଥାନରୁ ପ୍ରଥମଥର ପାଇଁ ଆସିଛି ରିପୋର୍ଟ । ଯାହା ଆମକୁ ଏବଂ ସରକାରକୁ ସତର୍କ କରିବା ଲାଗି ଯଥେଷ୍ଟ । କହିବାକୁ ଗଲେ ଆମେ ଯଦି ସତରେ ଆମ ଖାଦ୍ୟରେ ପ୍ଲାଷ୍ଟିକ ଅଣୁ ଚାହୁଁନୁ ତେବେ ପ୍ଲାଷ୍ଟିିକ ବ୍ୟବହାର କମାଇବା ନେଇ ଏବେଠୁ ସଚେତ ହେବାକୁ ପଡିବ ।

ଭାରତର ବଢୁଛି ପ୍ଲାଷ୍ଟିକ ଆବର୍ଜନା

ପ୍ଲାଷ୍ଟିକର ଜନ୍ମ ଷୋଡଶ ଶତାବ୍ଦୀରେ । ପଂଚଦଶ ଶତାବ୍ଦୀ ବେଳକୁ ଅନେକ ବିଜ୍ଞାନୀ ଆଲ୍୍କେମି ପରୀକ୍ଷାରେ ମାତିଥିଲେ । ଲକ୍ଷ୍ୟ ଥିଲା ବିଭିନ୍ନ ସାମଗ୍ରୀକୁ ମିଶାଇ ସୁନା ଓ ରୁପା ତିଆରି କରିବା । ଏହା ଥିଲା ବିଜ୍ଞାନର କୁହୁକ ଯୁଗ । ବିଜ୍ଞାନୀମାନେ ସୁନା ତିଆରି କରିବାରେ ତ ସଫଳ ହେଲେନି କିନ୍ତୁ ଏହାର ଶହେ ବର୍ଷ ପରେ ଏହି ପରୀକ୍ଷା ନିରୀକ୍ଷାରୁ ବାହାରିଲା ପଲିମର୍୍ । ଯାହା ଥିଲା ହାଲୁକା, ନମନୀୟ, ଦୀର୍ଘସ୍ଥାୟୀ ଏବଂ ନିଷ୍କ୍ରିୟ । ବିଂଶ ଶତାବ୍ଦୀ ଆରମ୍ଭରେ ଜନ୍ମ ନେଲା ସିନ୍ଥେଟିକ୍ ପଲିମର୍ ବା ପ୍ଲାଷ୍ଟିକ । ଏହାପରଠୁ ଭିନ୍ନ ଭିନ୍ନ ଗୁଣ ବିଶିଷ୍ଟ ଶହ ଶହ ପ୍ରକାର ପ୍ଲାଷ୍ଟିକ ଉଦ୍ଭାବନ କରିସାଲେଣି ବିଜ୍ଞାନୀ । ବୋତଲରୁ ଟଙ୍କା ସବୁ କିଛି ପ୍ଲାଷ୍ଟିକ ।

ଏହି ବହୁଗୁଣ ବିଶିଷ୍ଟ ପ୍ଲାଷ୍ଟିକର କିନ୍ତୁ ସବୁଠୁ ଖରାପ ଦିଗଟି ହେଉଛି, ଏହା ସହଜରେ ନଷ୍ଟ ହୁଏନି । ବିଶ୍ୱର କୋଣ ଅନୁକୋଣରେ ପ୍ଲାଷ୍ଟିକ ମହଜୁଦ ରହିଛି । ପ୍ରଶାନ୍ତ ମହାସାଗରରେ ୬୦୦ ବର୍ଗ କିଲୋମିଟର ଲମ୍ବା ଏକ ଦ୍ୱୀପ ଭାସୁଛି ଯାହା ପ୍ଲାଷ୍ଟିକ ଆବର୍ଜନାରେ ତିଆରି । ଆମ ଚାରିପାଖରେ ନଦୀ, ନାଳ ସବୁଠି ପ୍ଲାଷ୍ଟିକ ଭାସୁଛି । ନାହିଁ ନଥିବା ସମସ୍ୟା ବି ସୃଷ୍ଟି କରୁଛି। ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ବେଶୀ ଚିନ୍ତା ବଢାଇଛି । ଲୁଣିଆ ପାଣି ଏବଂ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରେ ଏହା ଖଣ୍ଡ ଖଣ୍ଡ ହୋଇ ମାଇକ୍ରୋ ପ୍ଲାଷ୍ଟିକରେ ପରିଣତ ହୁଏ । ଲୁଣଠାରୁ ଆରମ୍ଭ କରି ସାମୁଦ୍ରିକ ଖାଦ୍ୟ ବାଟେ ଏହା ଆମ ଖଦ୍ୟରେ ମିଶେ।

୨୦୧୭ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଆନୁଯାୟୀ ଭାରତରେ ପ୍ରତିଦନ ପ୍ରାୟ ୨୬ହଜାର ଟନ୍ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ୪ଟି ମେଟ୍ରେ ସହରରୁ ଦିନକୁ ୧୬୭୦ଟନ୍ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ଭୁବନେଶରୁ ପ୍ରତିଦିନ ୩୧ଟନ୍ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ଦେଶର ୪୩ପ୍ରତିଶତ ପ୍ଲାଷ୍ଟିକ ପ୍ୟାକେଜିଂରେ ଲାଗୁଛି ବା ଗୋଟିଏ ଥର ବ୍ୟବହାର ହେଉଛି, ଫଳରେ ଏହାର ପୁନଃବିନିଯୋଗ ହେବା ସମ୍ଭବ ହେଉନି । ସବୁଠୁ ବିପଦ ହେଉଛି ଆଇନ କାନୁନ ଏବଂ ସଚେତନା ସତ୍ୱେ ଦେଶରେ ପ୍ରତିବର୍ଷ ପ୍ଲାଷ୍ଟିକ ବ୍ୟବହାର ୧୦ପ୍ରତିଶତ ବଢି ବଢି ଚାଲିଛି । ଯାହା ଏକ ସତର୍କ ଘଂଟି ।

Leave A Reply

Your email address will not be published.