Latest Odisha News

BREAKING NEWS

ପୁଣି ଧଳା ଜହର ଜବତ, ଜଣେ ଗିରଫ

କାମାକ୍ଷାନଗର: ପୁଣି ଜବତ ହେଲା ଧଳା ଜହର। ଢ଼େଙ୍କାନାଳ ପରେ ଏବେ କାମାକ୍ଷାନଗରରେ ଏବେ ଧଳାଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗର ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି।

ସୂଚନା ଅନୁସାରେ, ଦେବେନ୍ଦ୍ର ଦୀର୍ଘ ଦିନ ହେବ କାମାକ୍ଷାନଗର ଅଞ୍ଚଳରେ ଧଳାଜହର କାରବାର କରିଆସୁଥିଲେ। ସ୍କୁଲ ପିଲାଙ୍କଠାର ୁଆରମ୍ଭ କରି ଯୁବପିଢ଼ୀ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ଜଣାପଡ଼ିଛି। ଏହାର ଖବର ପାଇ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି।

ଜବତ ବ୍ରାଉନ ସୁଗାରର ସଠିକ ପରିମାଣ ସ୍ପଷ୍ଟ ହୋଇନାହିଁ। ଏହା ପଛରେ ଏକ ବଡ଼ ବ୍ରାଉନ ସୁଗାର ଗ୍ୟାଙ୍ଗ କାମ କରୁଥିବା ଜଣାପଡ଼ିଛି। ତେବେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଛାନଭିନ୍ କରୁ ଅବକାରୀ ବିଭାଗ।

Leave A Reply

Your email address will not be published.