Latest Odisha News

BREAKING NEWS

[ଭିଡ଼ିଓ] ପାଚିଲା ଧାନରେ ରୋଗପୋକ, ଚିନ୍ତାରେ ଚାଷୀ କୁଳ

ନୂଆପଡା : ନୂଆପଡା ଜିଲ୍ଲା ମରୁଡି ପ୍ରପୀଡ଼ିତ ଜିଲ୍ଲା । ଏଠିକାର ଚାଷୀ ପ୍ରାୟ ପ୍ରତିବର୍ଷ ମରୁଡି ପାଇଁ  ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଚଳିତ ବର୍ଷ ବିଳମ୍ବ ହେଲେ ବି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଧାନ ଚାଷକୁ ବଞ୍ଚାଇ ଭଲ ଅମଳର ଆଶା ବାନ୍ଧି ଥିଲା । ହେଲେ ଅମଳ ସମୟରେ  ମାଟିଆଗୁଣ୍ଡି ପୋକ ଧାନ କୁ ନଷ୍ଟ କରିଦେଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି …

ଲଗାଣ ବର୍ଷା ପରେ ପରେ ଏବେ ରୋଗ ପୋକ ଚିନ୍ତା । ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡ଼କ । ଏହିଭଳି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରେ । ଜିଲ୍ଲାର ୫ଟି ବ୍ଳକରେ ଏହି ସମସ୍ୟା ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଭଲ ଧାନ ଅମଳ ର ଆଶା ବାନ୍ଧିଥିଲା ଚାଷୀ । ହେଲେ ମାଟିଆଗୁଣ୍ଡି ପୋକ ଲାଗି ଧାନଗଛକୁ ପାଳ କରି ଦେଉଛି ।  ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କଲେ ବି ତାହା କାମ ଦେଉନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଅପରପକ୍ଷରେ କୃଷି ବିଭାଗ ତରଫରୁ କୌଣସି କୀଟନାଶକ ଦେଉନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରୋଗପୋକ ଯୋଗୁଁ ଧାନ ଗଛ ସବୁ ପାଳ ହୋଇ ହଳଦିଆ ରଙ୍ଗର ହୋଇଯାଉଛି । ବାରମ୍ବାର କୃଷି ବିଭାଗକୁ ଜଣାଇଥିଲେ ହେଁ କୌଣସି କୃଷି ଅଧିକାରୀ ଚାଷୀ ମାନଙ୍କୁ ସହଯୋଗ କରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ଅନ୍ୟପଟେ ଖଡି଼ଆଳ କୃଷି ଅଧିକାରୀ ଏହି ରୋଗ ପୋକ ଲାଗିଥିବା କଥାକୁ ସ୍ୱୀକାର କରିବା ସହ ଚାଷୀଙ୍କୁ ସଚେତନ କରାଇ ଉପଯୁକ୍ତ କୀଟନାଶକ ଲଗାଇ ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରି ରଖୀଥିବା ପ୍ରକାଶ କରିଛନ୍ତି ।

ଏହାର ପ୍ରତିକାର ପାଇଁ କୃଷି ବିଭାଗ ତଥା ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହ କ୍ଷ୍ୟତିଗ୍ରସ୍ତ ଚାଷୀ ଙ୍କୁ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.