Latest Odisha News

BREAKING NEWS

କଟକରୁ ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

କଟକ : ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ।କଟକର ଲାଲାବାଗ ପୋଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା ।

BjdElectrycity

ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।ଏହା ସହ ବେପାରୀଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା , ଗୋଟିଏ ବାଇକ ଜବତ କରିଛି ପୋଲିସ । ଏହି ବ୍ରାଉନଗୁଗର କରାବାରର ମାଷ୍ଟର ମାଇଣ୍ଡ କିଏ ତାକୁ ପୋଲିସ ଖୋଜୁଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପିା

ସୂଚନା ଅନୁସାରେ ଏହି ବ୍ରାଉନଗୁଗାର ବାଲେଶ୍ୱରରୁ ଆଣି କଟକର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା । ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

Comments are closed, but trackbacks and pingbacks are open.