Latest Odisha News

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା ସ୍ଥିତ ନିଜ ବାସଭବନରେ ହୃଦଘାତରେ ଚରଣଜିତ ସିଂଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ୯୦ ବର୍ଷ ବୟସରେ ତାଙ୍କର ନିଧନ ଘଟିଥିଲାବେଳ ଦିନେ ସେ ମିଡ୍‌-ଫିଲ୍ଡର୍ ଭାବେ ଭାରତୀୟ ହକି ଦଳ ତରଫରୁ ଚମତ୍କାର ଖେଳ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ।

ପ୍ରାୟ ୫ ବର୍ଷ ପୂର୍ବରୁ ପ୍ରଥମ ହୃଦଘାତର ଶିକାର ହେବା ପରେ ଚଣଜିତ ପକ୍ଷାଘାତରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୧୯୬୪ ଟୋକିଓ ଅଲିମ୍ପିକ୍ସକୁ ବାଦ୍ ଦେଲେ ୧୯୬୦ ସମର୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ରୌପ୍ୟ ପଦକ ହାସଲ କରିବା ସମୟରେ ଚରଣଜିତ ଦଳରେ ସାମିଲ ଥିଲେ । ସେହିଭଳି ୧୯୬୨ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳରେ ଚରଣଜିତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ପ୍ରାୟ ୧୨ ବର୍ଷ ପୂର୍ବେ ଚରଣଜିତଙ୍କ ସ୍ତ୍ରୀଙ୍କର ନିଧନ ଘଟିଥିଲା । ବଡପୁଅ ଡାକ୍ତରୀ ପେଶା ପାଇଁ କାନାଡାରେ ଥିବାବେଳେ ସାନପୁଅ ପାଖରେ ଚରଣଜିତ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେହିଭଳି ତାଙ୍କର ଏକମାତ୍ର ବିବାହିତା ଝିଅ ଦିଲ୍ଲୀରେ ରହନ୍ତି । ଆଜି ସଂଧ୍ୟାରେ ଚରଣଜିତ ସିଂଙ୍କର ଶେଷକୃତ୍ୱ ସମ୍ପନ୍ନ କରାଯିବ ।

Comments are closed, but trackbacks and pingbacks are open.