Latest Odisha News

BREAKING NEWS

ପୁରୀରେ ରାନୁ ମଣ୍ଡଳ !

ପୁରୀ: ସାରା ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ନିଜର କୋମଳ କଣ୍ଠସ୍ୱର ଲାଗି ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିବା ରାନୁ ମଣ୍ଡଳ ଏବେ ଓଡ଼ିଶାର ପୁରୀ ବୁଲିବାକୁ ଆସିଥିବା କଥା କେତେକ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ ହୋଇଛି ।

ଇତିମଧ୍ୟରେ ରାନୁ ମଣ୍ଡଳ ନିଜର ଏକ ଫେସବୁକ୍ ଆକାଉଣ୍ଟ କରିଛନ୍ତି । ସେହି ଆକାଉଣ୍ଟରେ ପୁରୀ ବେଳାଭୂମିର ଏକ ଫଟୋ ଅପଲୋଡ଼ କରିବା ପରେ ତାଙ୍କର ପୁରୀ ଆସିବା ନେଇ ସୋସିଆଲ ମିଡ଼ିଆରେ ପ୍ରଘଟ ହେବାରେ ଲାଗିଛି । ତେବେ ରାନୁ ମଣ୍ଡଳ ନିଜେ ଏବିଷୟରେ କୌଣସି ମନ୍ତବ୍ୟ ଏଯାଏଁ ଦେଇନାହାନ୍ତି । ହୁଏତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ସେ ଶ୍ରୀମନ୍ଦିର ଆସିଥାଇପାରନ୍ତି ।

ଇତିମଧ୍ୟରେ ରାନୁ ମଣ୍ଡଳ ଗୋଟିଏ ଚଳଚ୍ଚିତ୍ରର ଦୁଇଟି ଗୀତ – ତେରୀ ମେରୀ କାହାନୀ – ଆଦତ୍ ରେକର୍ଡ଼ିଂ ସମାପ୍ତ କରିଛନ୍ତି ।

ପ୍ରସିଦ୍ଧ ବଲିଉଡ଼ ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେସମିଆ ରାନୁଙ୍କୁ ନିଜ ଚଳଚ୍ଚିତ୍ର ‘ହାପି ହାର୍ଡ଼ି ଏଣ୍ଡ ହୀର୍’ ଲାଗି ଗୀତ ଗାଇବାର ସୁଯୋଗ ଦେଇଛନ୍ତି ।

ଅଧିକ ପଢନ୍ତୁ: ଜାଣନ୍ତୁ, ପ୍ରଥମ ଗୀତ ରେକର୍ଡ଼ିଂରେ ରାନୁ ମଣ୍ଡଳ ପାଇଲେ କେତେ ଲକ୍ଷ ଟଙ୍କା !

Leave A Reply

Your email address will not be published.