Latest Odisha News

BREAKING NEWS

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଏସ୍କେ କରିମୁଦିନଓ କୁଳିଅଣା ଥାନା ଅଞ୍ଚଳର ସୁବାସ ଚନ୍ଦ୍ର ମାଝୀ ଓ ଶାନ୍ତନୁ ଖମାରୀ ।

BjdElectrycity

ଏମାନେ ବସ୍ତା ବ୍ଲକ୍ ଅଞ୍ଚଳରୁ ବ୍ରାଉନସୁଗାର ନେଇ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଅଞ୍ଚଳରେ ବିକ୍ରି କରୁଥିଲେ | ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିଛି ପୁଲିସ । ଏ ନେଇ କେସ୍ ନଂ ୧୭୪|୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ରାସଗୋବିନ୍ଦପୁର ପୋଲିସ ।

Leave A Reply

Your email address will not be published.