Latest Odisha News

BREAKING NEWS

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଆଗାମୀ କିଛି ମାସ ଭିତରେ ଅଢ଼େଇ କୋଟି ଡୋଜ୍ ଭ୍ୟାକସିନ୍ ବିଭିନ୍ନ ଦେଶକୁ ଯୋଗାଇବ ଆମେରିକା ।

ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆମେରିକା ମୋଟ୍ ୮କୋଟି ଡୋଜ୍ ଭ୍ୟାକସିନ୍ ବିଭିନ୍ନ ଦେଶକୁ ଯୋଗାଇବ । ପ୍ରଥମ ପର୍ୟ୍ୟାୟରେ ଅଢ଼େଇ କୋଟି ଡୋଜ୍ ଟିକା କେମିତି ଓ କେଉଁ ସବୁ ଦେଶକୁ ଯିବ ସୂଚନା ଦେଇଛି । ଏଥିରୁ ୭୫ ପ୍ରତିଶତ ଭ୍ୟାକସିନ ଭୋକାକ୍ସ ଅଭିଯାନରେ ଯୋଗାଇବ । ଦକ୍ଷିଣ ଆମେରିକା, ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ, ଆଫ୍ରିକାର ବିଭିନ୍ନ ଦେଶକୁ ପ୍ରାଥମିକତା ଦିଆଯିବ ।

ବାକି ୨୫ ପ୍ରତିଶତ ଟିକା ଅଧିକ ଆବଶ୍ୟକ କରୁଥିବା ଦେଶ କିମ୍ୱା ଯେଉଁଠି କରୋନାର ପ୍ରକୋପ ଅଧିକ ସେସବୁ ଦେଶକୁ ତୁରନ୍ତ ଯୋଗାଇବ ବୋଲି କୁହାଯାଇଛି । ୭୦ ଲକ୍ଷ ଡୋନ୍ କରୋନା ଟିକା ଭାରତ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମାଲଦ୍ୱୀପ, ମାଲେସିଆ, ଫିଲିପିନ୍ସ, ଇଣ୍ଡୋନେସିଆ, ଥାଇଲାଣ୍ଡ, ତାଇଓ୍ୱାନ ଭଳି ଦେଶକୁ ମିଳିବ ।

ଏହାସହ ବାଇଡେନ୍ କହିଛନ୍ତି, ଟିକା ସଂକଟ ସମାଧାନ ଦିଗରେ ବି ସହଯୋଗ କରିବ ଆମେରିକା । ଅନ୍ୟ ଦେଶର ଟିକା ଉତ୍ପାଦନକାରୀ କମ୍ପାନୀକୁ ସହଯୋଗ କରିବ ଆମେରିକା କମ୍ପାନୀ ।

Leave A Reply

Your email address will not be published.