Latest Odisha News

BREAKING NEWS

ଖୋର୍ଦ୍ଧାରୁ ୧୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାସ୍ଥିତ ସାମନ୍ତରାପୁର ଛକରେ ଅବକାରୀ ବିଭାଗ ଶୁକ୍ରବାର ଦିନ ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସାମନ୍ତରାପୁର ଛକରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ସେମାନଙ୍କ ନିକଟରୁ ୧୨୮ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ।

ତେବେ ଏସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଜଣାପଡିଛି । ଆହୁରି ମଧ୍ୟ ଏହି ଘଟଣାରେ ଅଧିକ ସୂଚନା ପାଇ ପୋଲିସ ଉକ୍ତ ଯୁବକଙ୍କୁ ହେପାଜତରେ ରଖିଥିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.