Latest Odisha News

BREAKING NEWS

ସାମ୍ବାଦିକମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟତାପ୍ରାପ୍ତ ସାମ୍ବାଦିକମାନେ ଉଠାଇଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗକୁ ଗୁରୁତ୍ୱର ସହିତ ବିଚାର କରିବା ନେଇ ସାମ୍ବାଦିକଙ୍କୁ ଆଶ୍ୱାସନା ଦେଇଛନ୍ତି ।

ରାଜ୍ୟ ବିଧାନସଭାରେ ଗୁରୁବାର ଦିନ ଅନେକ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାମ୍ବାଦିକଙ୍କ ପେନସନ ସ୍କିମ ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହାବ୍ୟତୀତ, ସେମାନେ ସ୍ୱାସ୍ଥ୍ୟ ବିମା କଭରେଜକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହି ବୈଠକ ଶେଷରେ ସାମ୍ବାଦିକମାନେ କହିଛନ୍ତି, ଆମେ ଆଲୋଚନା କରିଥିବା ସମସ୍ତ ପ୍ରସଙ୍ଗ ଗୁଡ଼ିକୁ ଗୁରୁତ୍ୱର ସହିତ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.