Latest Odisha News

ଜବରଦସ୍ତ ଟି-୨୦ ଟକ୍କର, ନ୍ୟୁଜିଲାଣ୍ଡକୁ ଭାରତ ୧୫୮ ରନରେ ଅଟକାଇଲା

ଅକଲାଣ୍ଡ: ଭାରତୀୟ ବୋଲର ଅକଲାଣ୍ଡଠାରେ ଅନୁଷ୍ଠିତ ହେଉଥିବା ୨ୟ ଟି-୨୦ ମ୍ୟାଚରେ କିୱି ଦଳକୁ ୧୫୮ ରନରେ ଅଟକାଇଛନ୍ତି । ଭାରତୀୟ ଦଳ ଏହି କର ବା ମର ମ୍ୟାଚରେ ଉଭୟ ବୋଲିଂ ଓ ଫିଲ୍ଡିଂ ବିଭାଗରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳକୁ ୨୦୦ ରନ କରିବାକୁ ନଦେଇ ବିଜୟ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ଭାରତୀୟ ଦଳ ଭଲ ବୋଲିଂ ପ୍ରଦର୍ଶନ କରିବାରୁ କିୱି ଦଳର ଆରମ୍ଭରୁ ବିଶେଷ ଭଲ ସ୍କୋର କରିପାରିନଥିଲେ । ପ୍ରଥମ ୫୦ ରନରେ କିୱି ଦଳ ୪ଟି ମୂଲ୍ୟବାନ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳ ପକ୍ଷରୁ ସି ଗ୍ରାଣ୍ଡହୋମ ୫୦ ରନ ଓ ରସ୍ ଟେଲର ୪୨ ରନ କରିପାରିଥିଲେ । ଭାରତୀୟ ବୋଲର୍ କ୍ରୁନାଲ ପାଣ୍ଡ୍ୟା ୨୮ ରନରେ ୩ଟି ୱିକେଟ ହାସଲ କରିପାରିଛନ୍ତି । ସେହିପରି ଖଲିଲ ଅହମ୍ମଦ ୨ଟି ଏବଂ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

ଖେଳ ଶେଷ ସୁଦ୍ଧା ରୋହିତ ଶର୍ମା ଏବଂ ଶିଖର ଧାୱନ କ୍ରିଜରେ ରହି ବ୍ୟାଟିଂ କରୁଛନ୍ତି । ଭାରତ ଏକ ଓଭରରେ କୌଣସି ୱିକେଟ ନହରାଇ ୬ ରନ କରିପାରିଛି ।

ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କେଦାର ଯାଦବ, ଶୁବମନ ଗିଲ୍, ଋଷଭ ପନ୍ଥ, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ।

 

Leave A Reply

Your email address will not be published.