Latest Odisha News

BREAKING NEWS

[ଭିଡ଼ିଓ] କଟକରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଧଳାଜହର

କଟକ: ମାତିଛନ୍ତି ମାଫିଆ । ଜମୁଛି ନିଶା କାରବାର । ବେଧଡକ ଭାବେ ଦିନ ଦିପହରରେ ନିଶା କାରବାର ହେଉଥିବା ବେଳେ ଏବେ ପୁଣି ପୁଲିସ ହାବୁଡରେ ପଡିଛନ୍ତି କିଛି ନିଶା ବେପାରୀ ।

କଟକରୁ ପୁଣି ଥରେ ଜବତ ହେଲା ଧଳାଜହର । ୧୦୬ ଗ୍ରାମ ବ୍ରାଉନସୁଗର ଜବତ କଲା ଲାଲବାଗ ଥାନା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ହେବ।ତେବେ ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର୍ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୨ ଅଭିଯୁକ୍ତଙ୍କ ନିକଟରୁ ୨ଲକ୍ଷ ୮୦ ହଜାର ଟଙ୍କା ୨ଟି ବାଇକ୍ ଓ ୨ଟି ମୋବାଇଲ୍ ଫୋନ ଜବତ କରିଛି ପୋଲିସ।

ଅପରପଟେ ନିଶା କାରବାର ଦମନ ପାଇଁ କଟକ କମିଶନରେଟ ପୋଲିସର ଚାଲିଛି ସ୍ପେଶାଲ ଡ୍ରାଇଭ । ଦୁଇ ବର୍ଷ ଭିତରେ ୪ କେଜି ୬୪୬ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ ହୋଇଥିବା କହିଛନ୍ତି କଟକ ଡିସିପି । ତେବେ ମୋଟ ୪ କୋଟି ୬୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଛି । ଏହି ସମୟ ଭିତରେ ୧୬ଟି ମାମଲା ସହ ମୋଟ ୩୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବଡ଼ ବ୍ୟବସାୟୀଙ୍କୁ ଧରିବା ପାଇଁ ଏହି ଛୋଟ ନିଶା ବ୍ୟବସାୟୀଙ୍କ ସହିତ ଗ୍ରାହକ ଉପରେ କଡା ନଜର ରଖିଛି କଟକ କମିଶନରେଟ ପୋଲିସ ।

Comments are closed, but trackbacks and pingbacks are open.