Latest Odisha News

BREAKING NEWS

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ।

ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତକୁ ଲୋକପ୍ରିୟ କରାଇବାରେ ଶ୍ୟାମାମଣୀ ଦେବୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

୧୯୩୮ ମସିହା ଡିସେମ୍ବର ୨୧ ତାରିଖ। ଅଂଶୁପା ହ୍ରଦ ନିକଟବର୍ତ୍ତି ବାଙ୍କି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଓଡିଶୀ ସଙ୍ଗୀତର ପ୍ରକ୍ଷାତ ସାଧିକା, ଗାୟିକା ଶ୍ୟାମାମଣୀ ଦେବୀ । ବାଙ୍କି ସୁବର୍ଣ୍ଣପୁର ଗ୍ରାମର ଏକ ସମ୍ଭ୍ରାନ୍ତ କରଣ ପରିବାରରେ ପିତା ରାଜେନ୍ଦ୍ର ପଟ୍ଟନାୟକ ଓ ମାତା ନିଶାମଣିଙ୍କର ୫ମ ସନ୍ତାନ ରୂପେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମାମଣୀ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଥିଲେ ତାଙ୍କର କକା।

ଶ୍ୟାମାମଣିଙ୍କର ବାଲ୍ୟକାଳରୁ ସଂଗୀତ ପ୍ରତି ଆଗ୍ରହ ଥିଲା। ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ୧୯୫୦ରୁ ଆକାଶବାଣୀ କଟକ ପାଇଁ ଗୀତ ଗାଇବା ଆରମ୍ଭ କରିଥିବା ଶ୍ୟାମାମଣୀ ଦେବୀ ବିଶିଷ୍ଟ ସଂଗୀତଜ୍ଞ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କୁ ନିଜ ଗୁରୁ ଭାବେ ଗ୍ରହଣ କରିଥିଲେ ।

ଶ୍ୟାମାମଣୀ ୨୦୧୭ ରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ଶୀର୍ଷ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଛନ୍ତି।

ତାସହିତ ତାଙ୍କୁ ଅନେକ ସମ୍ମାନ ମଧ୍ୟ ମିଳିଛି: 

  • ପଦ୍ମଶ୍ରୀ ସମ୍ମାନ, ୨୦୨୨
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୭ 
  • ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬
  • ଓଡ଼ିଶା ସଂଗୀତ ନାଟକ ଏକୋଡମୀ ପୁରସ୍କାର, ୧୯୯୪
  • ଡକ୍ଟେରଟ ଉପାଧି, ୨୦୧୨ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ 
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ, ୨୦୦୪
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ୨୦୧୫

ସ୍ବର ସାମ୍ରାଜ୍ୟରେ ନିଜର ପତିଆରା ସୃଷ୍ଟି କରିଥିବା ଶ୍ୟାମାମଣି ଦେବୀ ଏବେ ବି ସ୍ବୀକାର କରନ୍ତି, ଯଦି ଆଜି ସେ ନାଁ କମେଇଛନ୍ତି, ତାହା ଥିଲା ତାଙ୍କ ଗୁରୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରଭାବ।

ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରି ଦେବାରେ ସେ ଥିଲେ ଜଣେ ଅନନ୍ୟ ପ୍ରେରଣାଦାତା। ଗୁରୁ ଶିଷ୍ୟ ମଧ୍ୟରେ ଏହି ବିଶ୍ବାସ
ଓ ମୋ ଗୁରୁ ଦେଖାଇଥିବା ବାଟରେ ଚାଲୁଛି ବୋଲି ସେ କହିଛନ୍ତି।’’

କଳା କ୍ଷେତ୍ରରେ ସଙ୍ଗୀତ ସାଧନା ପାଇଁ ୨୦୨୨ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି ଏହି ମହାନ ବାଣୀ ସାଧିକା। ବିଭିନ୍ନ ମହଲରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।

 

 

Comments are closed, but trackbacks and pingbacks are open.