Latest Odisha News

BREAKING NEWS

ଖୋଲିପାରେ ଶ୍ରୀମନ୍ଦିର ! ଆସନ୍ତାକାଲି ବସିବ ବୈଠକ

ପୁରୀ : ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠଳରେ ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ନେଇ ଶ୍ରୀ ମନ୍ଦିର ବନ୍ଦ ହୋଇଯାଇଥିଲା । ଜାନୁଆରେ ୧୦ ତାରିଖୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏବେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ତେଣୁ  ଶ୍ରୀମନ୍ଦିର ଖୋଲିପାରେ ।

Comments are closed, but trackbacks and pingbacks are open.