କଟକ: ଥମୁନି ଧଳା ଜହର ବ୍ୟବସାୟ। ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁଦ୍ଧା ଏହି ନିଶାକାରବାର ରୋକିବାରେ ନାଁ ଧରୁନି।କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି ଭିନ୍ନ ଭିନ୍ନ ନିଶା କାରବାର ମାମଲାରେ ୩ ନିଶା ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ସୋମ ନାୟକ, କାଳିଆ ନାୟକ ଓ ରୋହିତ ନାୟକ। ଅବକାରୀ ଟିମ୍ ସୂଚନା ଆଧାରରେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ କାରବାର କରୁଥିବା ସୂଚନା ପାଇ ଚଢ଼ାଉ କରିଥିଲା। ସେମାନଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୧୬୪ ଗ୍ରାମ ଧଳା ଜହର ଜବତ କରାଯାଇଛି। ସେମାନଙ୍କ ଠାରୁ କାରବାରରେ ବ୍ୟବହୃତ ହେଉଥିବା ଏକ ବାଇକ ବି ଜବତ୍ କରିଛି ଟିମ୍। ଅଭିଯୁକ୍ତମାନକୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।