Latest Odisha News

BREAKING NEWS

ଭୁବନେଶ୍ୱରରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଅବକାରୀ ବିଭାଗ ସୋମବାର ଦିନ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।

ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଅବକାରୀ ବିଭାଗ କ୍ଷୀରୋଦ ସାହୁ ନାମକ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଜଣେ ନିଶା ବେପାରୀକୁ ଗିରଫ କରିବା ସହ ତା’ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ।

ଏସମ୍ପର୍କରେ ଅବକାରୀ ବିଭାଗ କ୍ଷୀରୋଦକୁ ପଚରାଉଚରା ଜାରି ରଖିଥିବା ସୁତ୍ରରୁ ପ୍ରକାଶ ।

ତେବେ ଲକ୍ଷ୍ମୀସାଗର ଛକରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ଚଢାଉ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.