ଭୁବନେଶ୍ୱର: ରାଜଧାନୀରୁ ଆଜି ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବାବେଳେ ଲବଣ ଗିରି ପାଞ୍ଚ ଗାଁ ଛକରେ ମାଡ଼ି ବସିଲା ଏସଟିଏଫ୍ ଟିମ୍ । ଏହି ମାମଲାରେ ବମିଖାଲର ଜ୍ୟୋତିକୃଷ୍ଣ ସାମନ୍ତରାୟଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୬୩ ଗ୍ରାମର ଧଳାଜହର ଜବତ ଏସଟିଏଫ୍ ଟିମ୍ ।
ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ଦେଉଥିଲା ଜ୍ୟୋତି । ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି । ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ ଜାରି ରହିଛି । ଏନେଇ ଏସଟିଏଫ ଡିଆଇଜି ପିନାକ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।
Comments are closed.