Latest Odisha News

BREAKING NEWS

ବାଲେଶ୍ୱର ଡ୍ରଗ୍ସ ମାଫିଆଙ୍କ ଘରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ପୋଲିସ ଥାନା ଅନ୍ତର୍ଗତ ଶାସନବାଦ ଗ୍ରାମରେ ଥିବା ଡ୍ରଗ୍ସ ମାଫିଆ ମୁନା ଖାନ ଓରଫ ମୀର୍ ରାହତ୍ ଅଲ୍ଲୀଙ୍କ ଘରୁ ପ୍ରାୟ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି ।

ବାଲେଶ୍ୱରର ଏହି କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ଘରୁ ଅବକାରୀ ବିଭାଗ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବା ବେଳେ ତାଙ୍କ ମାଆଙ୍କୁ ଏହି ଅଭିଯୋଗରେ ଗିରଫ କରିଛି । ମୁନା କୌଶଳକ୍ରମେ ଖସି ପଳାଇଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୁନା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଅନେକଦିନରୁ ଏହି ନିଶା କାରବାର ଚଳାଇ ଆସିଥିଲା । ସେ ବାଂଲାଦେଶରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଆଣି ଦେଶ ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିବାର ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.