Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଧରାପଡ଼ିଲା ପିଆଜ ଚୋର, ସୁନା ଛାଡ଼ି ଚୋରୀ କରିଥିଲା ପିଆଜବସ୍ତା !

ମୁମ୍ବାଇ: ଏବେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ରୋଷେଇ ଘରୁ ପିଆଜ ଏକପ୍ରକାର ଉଭାନ୍ ହୋଇଯାଇଛି କହିଲେ ଚଳେ । ପିଆଜର ଭାଉ ବୃଦ୍ଧି ହୋଇ ଏବେ କିଲୋଗ୍ରାମ ପ୍ରତି ୧୭୦ ଟଙ୍କାରେ ବିକ୍ରି ହେଉଛି । କୌତୁହଳର ବିଷୟ ହେଉଛି ଯେ, ମୁମ୍ବାଇରେ ଚୋରମାନେ ସୁନା ଛାଡ଼ି ପିଆଜବସ୍ତା ଚୋରୀ କରିବାର ଖବର ଏବେ ବେଶ୍ ଚର୍ଚ୍ଚାରେ ।

ମିଳିଥିବା ସୂଚନାନୁଯାୟୀ, ମୁମ୍ବାଇର ଜଣେ ବ୍ୟବସାୟୀ ତାଙ୍କ ଗୋଦାମରୁ ପିଆଜ ବସ୍ତା ଚୋରୀ ହୋଇଥିବାର ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ସେ ପୋଲିସକୁ ଏହି ପିଆଜ ଚୋରୀ ସମ୍ପର୍କରେ ଏକ ସିସିଟିଭି ଫୁଟେଜ୍ ମଧ୍ୟ ଦେଇଛନ୍ତି ।

ପୋଲିସ ଏହି ସିସିଟିଭି ଫୁଟେଜ ଭିତ୍ତିରେ ଦୁଇଜଣ ପିଆଜ ଚୋରଙ୍କୁ ଧରି ଥାନାରେ ରଖିଛି । ଏହି ଚୋର ଦୁହିଁଙ୍କ ଠାରୁ ପ୍ରାୟ ୧୬୮ କେଜି ପିଆଜ ଜବତ କରିଛି ମୁମ୍ବାଇ ପୋଲିସ ।

ଏହି ସିସିଟିଭି ଭିଡ଼ିଓ ଫୁଟେଜରେ ଚୋର ଜଣକ ଏକ ପିଆଜ ବସ୍ତା ବୋହି ନେଉଥିବାର ଦେଖାଯାଇଛି । ଏହି ବିଷୟ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ନିମ୍ନ ମଧ୍ୟବିତ୍ତ ପରିବାରରେ ଏବେ ପିଆଜ ଦୁଃସ୍ୱପ୍ନ ପାଲଟିଥିବା ବେଳେ ପିଆଜକୁ ନେଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଖାଉଟୀ । ସୋସିଆଲ୍ ମିଡ଼ିଆରେ ପିଆଜକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜନୈତିକ ଦଳମାନେ ବିଭିନ୍ନ ରାଜ୍ୟର ଶାସକ ସରକାରଙ୍କ ନିକଟରେ ବିକ୍ଷୋଭ କରିବାକୁ ମଧ୍ୟ ପଛାଉନାହାନ୍ତି । ଏହି ମଉକାରେ ଚୋର ଏବେ ସୁନା ଗହଣା ଛାଡ଼ି ପିଆଜ ଚୋରୀ କରିବାକୁ ଶ୍ରେୟସ୍କର ମଣିଥିବା ବିଭିନ୍ନ ଖବରରୁ ଜଣାପଡ଼ିଛି ।

Leave A Reply

Your email address will not be published.