ୱାଶିଂଟନ: ସାରା ବିଶ୍ୱରେ ମାର୍ଶଲ ଆର୍ଟ୍ସକୁ ଲୋକପ୍ରିୟ କରାଇଥିବା ବ୍ରୁସ ଲୀଙ୍କ ମୃତ୍ୟୁକୁ ନେଇ ଗବେଷକମାନେ ଆଉ ଏକ ଖୁଲାସା କରିଛନ୍ତି । ସେମାନଙ୍କ ମତରେ ଏହି ଆମେରିକୀୟ ଅଭିନେତାଙ୍କ ମୃତ୍ୟୁ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା । ମାତ୍ର ୩୨ ବୟସରେ ୧୯୭୩ରେ ବ୍ରୁସ ଲୀଙ୍କ ହଠାତ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ନେଇ ସମୟ ଅନୁସାରେ ଭିନ୍ନ ଭିନ୍ନ ତଥ୍ୟ ସମ୍ମୁଖକୁ ଆସିଛଇ । ପ୍ରଥମେ ଚୀନର ମାଫିଆମାନେ ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥିଲେ । ମାତ୍ର ଏ ନେଇ ବଳିଷ୍ଠ ପ୍ରମାଣ ମିଳି ନ ଥିଲା । ଏହା ପରେ ବିବାହିତ ହେବା ସତ୍ୱେ ସେ ଆଉ ଜଣଙ୍କୁ ଭଲ ପାଉଥିବାରୁ ତାଙ୍କ ପତ୍ନୀ ତାଙ୍କୁ ବିଷ ଖାଇବାକୁ ଦେଇଥିଲେ । ବ୍ରୁସ ଲୀ ଡ୍ରଗ୍ସ ସେବନ କରୁଥିବାରୁ ଓଭରଡୋଜ ଯୋଗୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ସବୁଠାରୁ ବିବାଦୀୟ ତଥ୍ୟ ଥିଲା ସେ ଜନ୍ମରୁ ଶ୍ରାପିତ ଥିଲେ । ଏହାକୁ ସହଜରେ କେହି ବିଶ୍ୱାସ କରି ନ ଥିଲେ ମଧ୍ୟ ଏହାକୁ ମଧ୍ୟ ମୃତ୍ୟୁର କାରଣରେ ରଖାଯାଇଛି । ନୂତନ ତଥ୍ୟ ଅନୁସାରେ ହାଇପୋନଟ୍ରେମିଆ ଯୋଗୁ ସେ ଅଳ୍ପ ବୟସରେ ଆରପାରିକୁ ଚାଲି ଯାଇଥିଲେ ।
ଶରୀରରେ ପାଣିର ମାତ୍ରା ଅଧିକ ହେଲେ ଏହି ରୋଗ ଦେଖା ଦେଇଥାଏ । ଏଥି ଯୋଗୁ ଶରୀରର ସୋଡିୟମ ମାତ୍ରା କମି ଯାଇଥାଏ । ବ୍ରୁସ ଲୀ ଅଧିକାଂଶ ସମୟ ଲିକ୍ୟୁଡ ଡାଏଟ ନେଉଥିଲେ । ନିଶା ସେବନ ଯୋଗୁ ତାଙ୍କ କିଡନୀ ମଧ୍ୟ ଖରାପ ହୋଇ ଯାଇଥିଲା । ଫଳରେ ପାଣି ଫିଲ୍ଟର ହୋଇ ପାରୁ ନ ଥିଲା । ଧିରେ ଧିରେ ତାଙ୍କ ଶରୀରରେ ପାଣିର ମାତ୍ରା ବଢ଼ିବାକୁ ଲାଗିଥିଲା । ୟୁରିନ ଓ ଶରୀରରେ ପାଣି ପରସ୍ପର ତାଳମେଳ ରଖିପାରି ନ ଥିଲେ । ଏହା ଦ୍ୱାରା ମସ୍ତିଷ୍କରେ ଚାପ ପଡିବାରେ ଲାଗିଥିଲା ଏବଂ ଏହା ତାଙ୍କ ମୃତ୍ୟୁର କାରଣ ସାଜିଥିଲା । ପତ୍ନୀ ଲିଣ୍ଡା ଲୀ ମଧ୍ୟ ସେ ଅଧିକ ଲିକ୍ୟୁଡ ଡାଏଟ କରୁଥିବା କଥା କହିଥିଲେ ।
Comments are closed.