Latest Odisha News

BREAKING NEWS

ବିଚ୍ ରାସ୍ତାରେ ଛୁରୀ ଭୁସି ଜଣଙ୍କୁ ହତ୍ୟା, ଜଣେ ଗୁରୁତର

ଜୟପୁର: ବିଚ୍ ରାସ୍ତାରେ ଛୁରାମାଡ଼ । ଛୁରୀ ଭୁସି ଜଣଙ୍କୁ ହତ୍ୟା । ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ନିକଟରେ ଏହି ଘଟଣା ଘଟିଛି ।

ମୃତକ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ । ଆହତଙ୍କ ନାଁ ଲକ୍ଷ୍ଣଣ ହରିଜନ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ କିଏ ଓ କାହିଁକି ଛୁରାମାଡ କଲା ସେନେଇ ଏଯାଏ ସ୍ପଷ୍ଟ ସୂଚନା ମିଳି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ପୂର୍ବ ଶତ୍ରୁତାରୁ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.