Latest Odisha News

BREAKING NEWS

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବ ।

ନୟାଗଡ଼ ପକସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ସହ ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ପାଇଁ ଏସଆଇଟି କରିଥିବା ପିଟିସନକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଜଙ୍କ ପାଖକୁ ପଠାଇଥିଲେ । କଣ ରାୟ ଆସିବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି । କୋର୍ଟ ଅନୁମତି ସହ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତର ସହମତି ବି ଆବଶ୍ୟକ ।

ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଇଥିଲା ଏସଆଇଟି । ସେହିପରି ଗିରଫ ପରେ ତାକୁ ତିନି ଦିନିଆ ରିମାଣ୍ଡରେ ନେଇ ତଥ୍ୟ ହାତେଇଥିଲା । କ୍ରାଇମ ସିନ୍ ରିକ୍ରିଏସନ୍ ବି ହୋଇଥିଲା ।

Leave A Reply

Your email address will not be published.