ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣଙ୍କର ନାମ ଟୁକୁ ବୋଲି ଜଣାପଡିଛି । ସେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ।
ଘଟଣା ସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତି ର ପେଟ ଓ ଅନ୍ୟାନ୍ୟ ଜାଗାରେ ଆଘାତ ରହିଥିବା ଦେଖାଯାଇଛି । ତେବେ ହତ୍ୟାକାଣ୍ଡ କିଏ ଏବଂ କେଉଁ କାରଣ ଯୋଗୁଁ କଲା ତାହା ଜଣା ପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।