Latest Odisha News

BREAKING NEWS

ମ୍ୟାଟ୍ରିକ୍ କପି ଘଟଣା: ୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କଲା ବିଏସଇ

କଟକ: ଏବେ ରାଜ୍ୟରେ ଚାଲିଥିବା ମ୍ୟାଟ୍ରିକ୍ ପରୀକ୍ଷାରେ ୩ଟି କେନ୍ଦ୍ରରେ ବ୍ୟାପକ କପି ହୋଇଥିବା ରିପୋର୍ଟ ପ୍ରସାରିତ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷାକୁ ବାତିଲ୍ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନା ଆରା ବେଗମ୍ ସୂଚନାଦେଇ କହିଛନ୍ତି, ଶିକ୍ଷା ପରିଷଦ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପତ୍ର ବାତିଲ୍ କରିଛନ୍ତି ସେହି କେନ୍ଦ୍ର ଗୁଡ଼ିକ ହେଲା – ବଲାଙ୍ଗୀରର ଗୁଣୁସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲାର ପଳସପିଠା ହାଇସ୍କୁଲ ଏବଂ କଟକ ଜିଲ୍ଲା ଗୋପୀନାଥପୁରର କୃପାସିନ୍ଧୁ ନୋଡ଼ାଲ୍ ହାଇସ୍କୁଲ ।

“ପରିଷଦର ଏକ ବୈଠକ ପରେ ହିଁ ଏହିସବୁ କେନ୍ଦ୍ର ଗୁଡ଼ିକରେ ଇଂରାଜୀ ପତ୍ରର ଖାତା ଦେଖା ହେବାର ନିଷ୍ପତ୍ତି ନିଆଯିବ,” ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନା ଆରା ବେଗମ୍ ସୂଚନାଦେଇ କହିଛନ୍ତି ।

ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ସମେତ ଅନ୍ୟାନ୍ୟ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଡ୍ଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପରିଷଦ ନିଷ୍ପତ୍ତି ନେଇଛି । “ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସମସ୍ତ ଜିଲ୍ଲାର ଏସପିଙ୍କୁ ଆବଶ୍ୟକୀୟ ପୋଲିସ ବଳ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି,” ବୋଲି ପରିଷଦର ସଭାପତି କହିଛନ୍ତି ।

Leave A Reply

Your email address will not be published.