Latest Odisha News

BREAKING NEWS

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ହେଲୋ ଆର୍ସି’ ଶ୍ରେଷ୍ଠ ସିନେମା, ରବି ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’

ଭୁବନେଶ୍ୱର : ୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ଏଡିଟର୍ ରବି ଶଙ୍କର ପଟ୍ଟନାୟକଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ହେଲୋ ଆର୍ସିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଜୟଦେବ ସମ୍ମାନ : ରବିଶଙ୍କର ପଟ୍ଟନାୟକ (ଏଡିଟର୍)
ସର୍ବଶ୍ରେଷ୍ଠ ଫିଲ୍ମ : (ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର) ହେଲୋ ଆର୍ସି
ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ : ସମ୍ବିତ ମହାନ୍ତି (ହେଲୋ ଆର୍ସି)
ସର୍ବଶ୍ରେଷ୍ଠ ଅଭିନେତା : ପାର୍ଥସାରଥୀ ରାୟ (ହେଲୋ ଆର୍ସି)
ସର୍ବଶ୍ରେଷ୍ଠ ଡାଇଲଗ୍ ରାଇଟର : ସମ୍ବିତ ମହାନ୍ତି (ହେଲୋ ଆର୍ସି)
ସର୍ବଶ୍ରେଷ୍ଠ ଅଭିନେତ୍ରୀ : ସନମିରା ନାଗେଶ (ଲୈଲା ଓ ଲୈଲା)
ସର୍ବଶ୍ରେଷ୍ଠ କାହାଣୀ: ଜିତେନ୍ଦ୍ରନାଥ ମହାପାତ୍ର (ଦୃଶନ୍ତ)
ସର୍ବଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର୍ (ମେଲ୍) : ସତ୍ୟଜିତ ପ୍ରଧାନ (ବିତି ଯାଇଛି କେତେ ଦିନ ଫିଲ୍ମ- ସପନର ପଥେ ପଥେ)

ସର୍ବଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର୍ (ଫିମେଲ୍) : ଅସିମା ପଣ୍ଡା (ଫିଲ୍ମ:- ମୁଁ ଖାଣ୍ଟି ଓଡିଆ ଝିଅ ଟାଇଟଲ୍ ଗୀତ)
ସର୍ବଶ୍ରେଷ୍ଠ ସଙ୍ଗିତକାର: ବୈଦ୍ୟନାଥ ଦାସ (ଲୈଲା ଓ ଲୈଲା)
ସର୍ବଶ୍ରେଷ୍ଠ ଫଟୋଗ୍ରାଫୀ : ଧୃବାନନ୍ଦ ପଣ୍ଡା (ଶିବା ନଟ୍ ଆଉଟ୍)
ସର୍ବଶ୍ରେଷ୍ଠ ଏଡିଟିଂ : ଅର୍ମତ୍ୟ ଭଟ୍ଟାଚାର୍ଯ୍ୟ (କ୍ଷଣିକ)
ସର୍ବଶ୍ରେଷ୍ଠ ଗୀତିକାର : ଅରୁଣ ମନ୍ତ୍ରୀ (ଟିକେ ଟିକେ ଅଚିହ୍ନା ଫିଲ୍ମ:- ତୁ ମୋ ଲଭ୍ ଷ୍ଟୋରି)
ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ : ଦେବୀଦତ୍ତ ମହାନ୍ତି (ଫିଲ୍ମ:- ତୁ ମୋ ଲଭ୍ ଷ୍ଟୋରି)
ସର୍ବଶ୍ରେଷ୍ଠ ସହ-ଅଭିନେତା : ମନୋଜ ପଟ୍ଟନାୟକ (ଖାଣ୍ଟି ଓଡିଆ ଝିଅ)
ସର୍ବଶ୍ରେଷ୍ଠ ସହ-ଅଭିନେତ୍ରୀ : ମାମୁନୀ ମିଶ୍ର (ଖାଣ୍ଟି ଓଡିଆ ଝିଅ)
ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା : ତ୍ରିଭୁବନ ପଣ୍ଡା (ହିରୋ ନମ୍ବର-୧)
ସର୍ବଶ୍ରେଷ୍ଠ ଶିଶୁ କଳାକାର : ମାଗୁଣି ପାତ୍ର (ବାବୁଲି) (ଫିଲ୍ମ:- ସପନଟିଏ)
ସ୍ପେଶାଲ୍ ଜୁରି ଆୱାର୍ଡ : ପ୍ରଦ୍ୟୁମ୍ନ ଲେଙ୍କା

ସର୍ବଶ୍ରେଷ୍ଠ ଆର୍ଟ ଡାଇରେକ୍ଟର : ସୁବାଷ ବେହେରା (ତୁ ମୋ ଲଭ୍ ଷ୍ଟୋରି)
ସର୍ବଶ୍ରେଷ୍ଠ ଏଜୁକେସନାଲ୍ ଶିଶୁ ଚଳଚ୍ଚିତ୍ର: ଦୃଶନ୍ତ (ବିଭୁଦତ୍ତ ଦିକ୍ଷିତ ଏବଂ ବିଭାବରି ରଥ)
ସର୍ବଶ୍ରେଷ୍ଠ କଷ୍ଟୁମ୍ : ଅରୁଣ ପାତ୍ର (ଜଷ୍ଟ ମୋହବତ)
ସର୍ବଶ୍ରେଷ୍ଠ ମେକଅପ୍ ମ୍ୟାନ୍: ମାନଓ ବେହେରା(ଫିଲ୍ମ:- ଜଗନ୍ନାଥ ଧାମ)
ସର୍ବଶ୍ରେଷ୍ଠ କୋରିଓଗ୍ରାଫି: ଏସକେ ମୁରଲୀଧରନ୍ (ଜଷ୍ଟ ମୋହବତ)

ଆହୁରି ମଧ୍ୟ ତରଙ୍ଗ ସିନେ ପ୍ରଡକ୍ସନର ‘ନୂଆ ବୋହୂ’ ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ରାଜ୍ୟ ଟେଲି ଧାରାବାହିକ ଆୱାର୍ଡ ଲାଗି ମନୋନୀତ ହୋଇଛି । ସେହିପରି ଜଗଜିତ ପାଲଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.