Latest Odisha News

BREAKING NEWS

କମ୍ବିଂ ଅପରେସନ୍ ବେଳେ ବାଇକରୁ ଖସି BSF କମାଣ୍ଡାଣ୍ଟଙ୍କ ମୃତ୍ୟୁ

କାଲିମେଳା: କମ୍ବିଂ ଅପରେସନ୍ ବେଳେ ଚାଲିଗଲା ବିଏସ୍ଏଫ କମାଣ୍ଡାଣ୍ଟଙ୍କ ଜୀବନ । ବାଇକରେ କମ୍ବିଂ ପାଇଁ ଯିବାବେଳେ ଖସି ପଡ଼ି ବିଏସ୍ଏଫ କମାଣ୍ଡାଣ୍ଟ ରାକେଶ କୁମାରଙ୍କ ମୃତ୍ୟୁ ହୋଇଛି । ବିଏସଏଫ ୬୭ ବାଟାଲିୟନରେ କାଲିମେଳା ଏମପିଭିରେ-୨୧ରେ ମୁତୟନ ଥିଲେ ରାକେଶ । ସାଥି ଯବାନଙ୍କ ସହିତ ରବିବାର ଭୋରରୁ କମ୍ବିଂ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ ବାଇକରୁ ଖସି ପଡ଼ିଥିଲେ ।

ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଏମପିଭି-୨୧ ବିଏସଏଫ୍ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ କାଲିମେଳା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବିଏସ୍ଏଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନରେ । ଆଜି ତାଙ୍କ ମରଶରୀରକୁ ରାଜସ୍ଥାନ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ବିଏସ୍ଏଫ ଅଧିକାରୀ ।

Leave A Reply

Your email address will not be published.