Latest Odisha News

ଲାଲଗଡରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି: ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଓପ୍ରବଣ ଗୁରାସେତୁକୁ ନିଜ କବଜାକୁ ନେଲା ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳ ସ୍ଥିତ ଗୁରାସେତୁ ଯେଉଁଠି ମାଓବାଦୀଙ୍କ ଆଦେଶ ବିନା ଗଛ ପତ୍ର ବି ହଲେ ନାହିଁ, ସେଠାରେ ଅଚାନକ ଓଡିଶା ପୁଲିସ ଓ ବିଏସଏଫ ଯବାନମାନେ ପହଁଚି ନୂଆ କ୍ୟାମ୍ପ ସ୍ଥାପନ କରିଛନ୍ତି । ଦିନ ଥିଲା ଗୁରାସେତୁ ଅଂଚଳରେ ମାଓବାଦୀଙ୍କ ସ୍ମୃତୀ ଭବନ ସହ ମାଓବାଦୀଙ୍କ ସ୍ତମ୍ଭରେ ନାଲି ପତାକା ଉଡୁଥିଲା । ସେଠାରେ ଏବେ ତ୍ରିରଙ୍ଗା ଉଡାଇଛନ୍ତି ଯବାନ ।

ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଗୋଟିଏ ପରେ ଗୋଟିଏ ମାଓଗଡକୁ ଅକ୍ତିଆର କରି ଚାଲିଛନ୍ତି ପୁଲିସ ଓ ଯବାନ। ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀଙ୍କ ସେମତ ଓଡିଶା ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀ ମାନେ ପହଁଚି ନୂତନ କ୍ୟାମ୍ପ ସ୍ଥାପନ କରିବା ସହ ସ୍ଥାନୀୟ ବାସିନ୍ଧାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.