Latest Odisha News

BREAKING NEWS

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ନୋ ଫିସିଂ ଜୋନ୍ ଘୋଷଣା

କେନ୍ଦ୍ରାପଡ଼ା: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ଋତୁ ଆରମ୍ଭ ହେଉଛି । ଏହାକପ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଗହୀରମଥାରେ ମାଛଧରା ଆଜିଠାରୁ ଉପରେ କଟକଣା ଜାରି ହୋଇଛି । ଆଗାମୀ ୭ ମାସ ପାଇଁ କଟକଣା ବଳବତ୍ତର ରହିବ । ମେ ୩୧ ପର୍ୟ୍ୟନ୍ତ ମାଛଧରା ଉପରେ ଜାରି ହୋଇଛି କଟକଣା ।
ମାଛଧରା ଉପରେ କଟକଣା
ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ବନବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ମିଳିତ ପାଟ୍ରୋଲିଂ କରିବେ । ଏହାସହ ୨ଟି କ୍ୟାମ୍ପ ସହ ୧୪ଟି ଅସ୍ଥାୟୀ କ୍ୟାମ୍ପ ମଧ୍ୟ କରାଯାଛି ।

ନୋ ଫିସିଂ ଜୋନ୍ 
ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ବି ଅଣ୍ଡାଦାନ କରି ଥାଆନ୍ତି ଅଲିଭ ରିଡଲେ କଇଁଛ । ଏଥିପାଇଁ ସେଠାରେ ମେ ମାସ ଯାଏ ସଂପୃକ୍ତ ଅଞ୍ଚଳକୁ ଲୋ ଫିସିଂ ଜୋନ୍ ଘୋଷଣା କରିଛି ପ୍ରଶାସନ ।

ଚଳିତବର୍ଷ ପ୍ରଥମ ଥର ଗୋଖରକୁଦାଠାରୁ ବଟେଶ୍ୱର ପର୍ୟ୍ୟନ୍ତ ୫କିମି ବେଳାଭୂମିରେ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ । ଏହା ବ୍ୟତୀତ ୧୧ଟି ସୁରକ୍ଷା କ୍ୟାମ୍ପ୍‌, ୮ କୃତ୍ରିମ ହ୍ୟାଚେରୀ, ପାଟ୍ରୋଲିଂ ବ୍ୟବସ୍ଥା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.