Latest Odisha News

BREAKING NEWS

ଭୁଲବଶତଃ ସୀମା ପାର କଲେ ଯବାନ, ଉଠାଇ ନେଲେ ପାକିସ୍ତାନୀ ରେଞ୍ଜର୍ସ

ଫିରୋଜପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ, ପଞ୍ଜାବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଞ୍ଜାବର ଫିରୋଜପୁରରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ଭୁଲବଶତଃ ସୀମା ପାର କରିଦେଇଥିଲେ । ଏହି ବିଏସଏଫ୍ ଯବାନଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ଉଠାଇ ନେଇଥିବା ସୂଚନା ରହିଛି ।

ଯବାନ ଜଣକ ଚାଷୀମାନେ ଫସଲ ଅମଳ କରୁଥିବା ସ୍ଥାନରେ ସେମାନଙ୍କ ଉପରେ ନଜର ରଖିଥିଲେ । ଜିରୋ ଲାଇନ ହେଉଛି ସୀମାର ସେହି ଅଂଶ ଯେଉଁଠାରେ ଉଭୟ ଦେଶର ସୀମା ମିଶିଛି । ଏହି ସ୍ଥାନରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ସ୍ୱତନ୍ତ୍ର ଅନୁମତି ମିଳିଥାଏ । ଯେତେବେଳେ ଚାଷୀମାନେ ଫସଲ ବୁଣନ୍ତି କିମ୍ବା ଅମଳ କରନ୍ତି, ବିଏସଏଫ ଯବାନମାନେ ସେମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ସହିତ ରୁହନ୍ତି । ସେମାନଙ୍କୁ କୃଷକ ରକ୍ଷକ ମଧ୍ୟ କୁହାଯାଏ ।

ଏହି ଘଟଣା ପରେ ବିଏସଏଫ୍ ଅଧିକାରୀମାନେ ସୀମାରେ ପହଞ୍ଚି ସାରିଛନ୍ତି ଏବଂ ଯବାନ ଜଣଙ୍କୁ ମୁକ୍ତ କରିବା ପାଇଁ ସୀମାରେ ପାକ୍ ରେଞ୍ଜର୍ସଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.