ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି ।
ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ବଡଟୋଟା ବିଏସଏଫ କ୍ୟାମ୍ପରେ ନିୟାଜିତ ଅଛନ୍ତି । ଭୁବନେଶ୍ୱରର ଏକ କଂଷ୍ଟ୍ରକ୍ସନ କମ୍ପାନୀରେ ଏଜେଣ୍ଟ ରୂପେ କାମ କରୁଥିବା ମହିଳାଙ୍କ ସହ ସଂପର୍କରେ ଥିଲେ । କିଛି ମାସ ପରେ ମନୋଜ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପୁଣି ତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲେ ।
ମହିଳା ଜଣକ ପରେ ଅଭିଯୁକ୍ତଙ୍କ ବିରୋଧରେ ଭୁବନେଶ୍ୱରର ମହିଳା ଥାନାରେ ଅଭିଯୋଗ ଦାଖଲ କରିଥିଲେ । ସେ ଅଭିଯୋଗ ଆଣିଥିଲେ କି, ମନୋଜ ପ୍ରଥମରୁ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବାକୁ ରାଜି କରାଇଥିଲେ । ପରେ ଯେତେବେଳେ ସେ ବିବାହ କରିବାକୁ ମନା କରିଥିଲେ, ମନୋଜ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ ।
ଅଭିଯୁକ୍ତଙ୍କୁ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଛି ଓ ତାଙ୍କର ବୟାନକୁ ଆଇପିସିର ଧାରା ୧୬୪ ଅଧିନରେ ମାମଲା ରୁଜୁ କରାଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।
Comments are closed.