Latest Odisha News

BREAKING NEWS

ଟ୍ରମ୍ପ କହିଲେ ଭାରତ ପାଖରେ ସଚିନ,କୋହଲି ଅଛନ୍ତି

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଭାରତୀୟ କ୍ରୀଡା ବିଶେଷ କରି କ୍ରିକେଟର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଭାରତ ପାଖରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରି ମହାନ କ୍ରିକେଟର ଅଛନ୍ତି । ଗୋଟିଏ ଷ୍ଟାଡିୟମ ମଧ୍ୟରେ ୧୨୫ ହଜାର ହୃଦୟର ସ୍ପନ୍ଦନ ସାଜିବା ସହଜ କଥା ନୁହେଁ । ଏହା ଭାରତକୁ ଆହୁରି ମଜଭୁତ କରୁଛି । ଯାହା ଆମେ ପତ୍ର ପତ୍ରିକାରେ ପାଇବା ନାହିଁ ।

ଏହି ଅବସରରେ ସେ ନବ ନିର୍ମିତ ମୋଟେରା ଷ୍ଟାଡିୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ମୋଟେରା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇଛି । ଏଥିରେ ଏକତ୍ର ୧ ଲକ୍ଷ ୧୦ ହଜାର ଦର୍ଶକ ମ୍ୟାଚ ଉପଭୋଗ କରିପାରିବେ ।

Leave A Reply

Your email address will not be published.