Latest Odisha News

BREAKING NEWS

ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

ମାଲକାନଗିରି: ସ୍ୱାଭିିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲା ବିଏସଏଫ । ଏହାସହ ୫ ଆଇଇଡି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଇଇଡି ନଷ୍ଟ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ସ୍ଥାପିତ ହୋଇଛି ଘନବେଡ଼ା ବିଏସଏଫ କ୍ୟାମ୍ପ । ଶୁକ୍ରବାର ସକାଳେ ଯବାନମାନେ ଓଡ଼ିଶା ସୀମାନ୍ତରେ ଥିବା କୋରିଗନ୍ଧି ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିଲେ । କମ୍ବିଂ ଅପରେସନରେ ଯିବା ସମୟରେ ଯବାନମାନେ ଏକ ମାଓ ଡମ୍ପକୁ ଦେଖିଥିଲେ । ପରେ ଡିଟେକ୍ଟିଭ ମେସିନ ଦ୍ୱାରା ଯବାନମାନେ ରାସ୍ତା ଯାଞ୍ଚ କରିଥିଲେ । ମାଟିତଳେ ଆଇଇଡି ଥିବା ଜାଣି ପାରି ଅତି ସତର୍କତାର ସହ ୫ ଟି ଲ୍ୟାଣ୍ଡମାଇନକୁ ବାହାର କରି ନଷ୍ଟ କରିଥିଲେ ।

ଘନବେଡ଼ା ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରଠାରୁ ଏଠାରେ ନିୟୋଜିତ ଯବାନମାନେ ଲଗାତାର କମ୍ବିଂ ଅପରେସନ ଚଳାଇଛନ୍ତି ।
ଗତ ୧୫ ଦିନ ମଧ୍ୟରେ ଦୁଇ ଥର ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ମାଟି ତଳୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.