Latest Odisha News

BREAKING NEWS

ବିଏସଏଫର ସ୍ନିଫର ଡଗ ଜନ୍ମ କଲା ୩ ଛୁଆ, କେୟାରଟେକର ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଭାରତ-ବାଂଲାଦେଶ ସୀମା ନିକଟରେ ଜଗୁଥିବା ଏକ ମହିଳା ସ୍ନିଫର ଡଗ ପ୍ରେଗ୍ନେଂଟ ହୋଇଛି । ବିଏସଏଫ ନିୟମ ମୁତାବକ ଡ୍ୟୁଟିରେ ଥିବା କୁକୁରକୁ ପ୍ରେଗ୍ନେଂଟ ହୋଇପାରିବେ ନାହିଁ । ଯଦି କୌଣସି କାରଣରୁ ଏହା ହୁଏ ତାହାହେଲେ କୁକୁରର କେୟାରଟେକରଙ୍କୁ ଦଣ୍ଡିତ କରାଯିବ । ଏବେ ବିଏସଏଫ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ଗୁରୁତ୍ୱପୂର୍ଣ୍ଣ ଚେକ ପୋଷ୍ଟରେ ଯବାନଙ୍କ ସହ ସ୍ନିପର ଡଗଙ୍କୁ ନିଯୁକ୍ତ କରାଯାଇଥାଏ । ଏହି କୁକୁରମାନେ ପ୍ରେଗ୍ନେଂଟ ହେଲେ ସେମାନଙ୍କ ଶୁଂଘିବା ଶକ୍ତି କମିଯିବାରୁ ଏଥିପ୍ରତି ଗୁରୁତ୍ୱ ଦିଆ ଯାଇଥାଏ ।

ବିଏସଏଫ ଲଲସୀ ନାମକ ଏହି କୁକୁର ପ୍ରେଗେଂଟ ହେବା ଖବର ପାଇବା ପରେ ପଶୁ ଚିକିତ୍ସା ୱିଙ୍ଗକୁ ପ୍ରଦାନ କରାଯାଇଥିଲା । ସେମାନଙ୍କ ତତ୍ୱାବଧନରେ କୁକୁର ୩ଟି ଛୁଆ ଜନ୍ମ କରିଥିଲା । ଲଲସୀ କିପରି ପ୍ରେଗେଂଟ ହେଲା ଏହାର ତଦନ୍ତ ରିପୋର୍ଟ ବିଏସଏଫ ମଗାଇଛି ।

Leave A Reply

Your email address will not be published.