Latest Odisha News

BREAKING NEWS

ହିମବୀର ଥାଉ ଥାଉ LAC ପାଇଁ ଚିନ୍ତା ନାହିଁ-ଶାହ

ବେଙ୍ଗାଲୁର: ଭାରତ-ଚୀନ ସୀମାରେ ଦୁଇ ଦେଶ ସେନାଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଘଟଣାକୁ ନେଇ ଦେଶ ଭିତରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଗୃହମନ୍ତ୍ରୀ ତାହାର ପ୍ରତିକ୍ରିୟା ରଖିଛନ୍ତି ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ପ୍ରଶଂସା କରି ସେମାନଙ୍କୁ ହିମବୀର ବୋଲି କହିଥିଲେ । ସେ ଆହୁରି କହିଥିଲେ, ସେମାନେ ଯେ ପର୍ଯ୍ୟନ୍ତ ସୀମାରେ ଅଛନ୍ତି ସେ ପର୍ଯ୍ୟନ୍ତ କେହି ବି  ଗୋଟେ ଇଞ୍ଚ ଜମି ଅତିକ୍ରମ କରି ଆସିପାରିବେ ନାହିଁ । ଗୃହମନ୍ତ୍ରୀ କହିଛନ୍ତି, LACରେ ଆମର ବୀର ସେନା ଜଗିଛନ୍ତି । ସେମାନେ ଥିବା ପର୍ଯ୍ୟନ୍ତ ସୀମାରେ ଚୀନ କିଛି କରିପାରିବ ସେ ବିଷୟରେ ମୁଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କେହି ବି ଆମର ଜମି ନେବାକୁ ସାହାସ କରିପାରିବେ ନାହିଁ ।

ଆଇଟିବିପିର ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, ଆଇଟିବିପି ହେଉଛନ୍ତି ଦୁର୍ଗମ ଅଞ୍ଚଳରେ କାମ କରୁଥିବା ସୁରକ୍ଷ ବଳ । ମାଇନସ ୪ ଡିଗ୍ରୀ ତାପମାତ୍ରାରେ ସୀମାକୁ ସୁରକ୍ଷା ଦେବା ପରି ଦୃଢ ମନୋବଳ ସେମାନଙ୍କ ପାଖରେ ରହିଛି । ଉପରୁ ବରଫ ପାତ ହେଉଥିବାବେଳେ ବି ସେମାନେ ସୀମାକୁ ଜଗି ରହିଛନ୍ତି । ଏପରି ଯବାନ ଯେଉଁଠି ଦେଶକୁ ସୁରକ୍ଷା ଦେବାକୁ ଜଗି ବସିଛନ୍ତି ସେଠି ଶତ୍ରୁ ଭାରତର ଗୋଟିଏ ଜାଗା ଅତିକ୍ରମ କରିପାରିବ ନାହିଁ ।

ଆଇଟିବିପିର ପ୍ରଶଂସା କରି ଅମିତ ଶାହ କହିଥିଲେ, ଏମାନେ କଠିନ ପରିସ୍ଥିତିରେ ଆମର ସୀମାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଏମାନଙ୍କ ପାଇଁ ହିମବୀର ଉପାଧି ପଦ୍ମଶ୍ରୀ  କିମ୍ବା ପଦ୍ମ ବିଭୂଷଣଠାରୁ ମଧ୍ୟ ବଡ ଅଟେ ।

 

Leave A Reply

Your email address will not be published.