Latest Odisha News

ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ

ସୁବର୍ଣ୍ଣପୁର : ସାରା ରାଜ୍ୟରେ ବଣ୍ଟନ କରାଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ । ଏହି କ୍ରମରେ ଆସନ୍ତାକାଲି ସୁବର୍ଣ୍ଣପୁରରେ ବଣ୍ଟାଯିବ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଭର୍ଚ୍ଚୁଆଲରେ ଉପସ୍ଥିତ ରହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ପୋଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାର ଦେଢ଼ ଲକ୍ଷ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇବେ । ଜିଲ୍ଲାର ବିଭିନ୍ନ ବ୍ଲକରେ ୭୯ କୋଟି ୨୨ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରାଯିବ । ଏହାସହ ୧୪୮ କୋଟି ୪ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ସୁଇମିଂ ପୁଲ୍, ଟାଉନ ହଲ, ବିଦ୍ୟୁତ ଶବ ସଂସ୍କାର ଗୃହ । ଏହି କର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.