Latest Odisha News

ବିଏସଏନଏଲ ଆଣିଛି ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ଟଙ୍କା

ନୂଆଦିଲ୍ଲୀ: ବିଏସଏନଏଲ (BSNL) କିଛି ଦିନ ହେବ ଶସ୍ତା ପ୍ଲାନ ଆଣି ଘରୋଇ କମ୍ପାନୀମାନଙ୍କୁ ନିଦ ଉଡେଇଦେଇଛି । ଏବେ ବିଏସଏନଏଲ ୧୫୦ ଦିନ ପାଇଁ ଏକ ଶସ୍ତା ପ୍ଲାନ କମ୍ପାନୀର ୱେବସାଇଟରେ ତାଲିକାଭୁକ୍ତ ହୋଇଛି । BSNLର ଏହି ଶସ୍ତା ରିଚାର୍ଜ ପ୍ଲାନ ୩୯୭ ଟଙ୍କା ମୂଲ୍ୟରେ ଆସିଛି । ଏହି ଯୋଜନାରେ ୟୁଜରଙ୍କ ସିମ୍ ୧୫୦ଦିନ ପାଇଁ ସକ୍ରିୟ ରହିବ ।

ଏହି ପ୍ରିପେଡ ରିଚାର୍ଜ ପ୍ଲାନରେ ୟୁଜରମାନେ ପୁରା ଭାରତରେ ୩୦ ଦିନ ପାଇଁ ଯେକୈଣସି ନମ୍ବରରକୁ ଅନଲିମିଟେଡ୍ ମାଗଣା କଲିଂର ଲାଭ ପାଇବେ । ଏହା ବ୍ୟତୀତ ଫ୍ରି ନ୍ୟାସନାଲ ରୋମିଙ୍ଗ ମଧ୍ୟ ଅଫର କରାଯାଇଛି ।

BSNLର ଏହି ଶସ୍ତା ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୩୦ ଦିନ ପାଇଁ ପ୍ରତିଦିନ ୨ଜିବି ହାଇ ସ୍ପିଡ୍ ଡାଟା ଦିଆଯାଇଛି । ଏହିପରି ୟୁଜର ମୋଟ ୬୦ଜିବି ଡାଟାର ଲାଭ ପାଇବେ । ଏଥିସହ ୩୦ ଦିନ ପାଇଁ ପ୍ରତିଦିନ ୧୦୦ ମାଗଣା ଏସଏମଏସ ମଧ୍ୟ ଦିଆଯାଉଛି ।

ସୂଚନାଥାଉକି, ବିଏସଏନଏଲ ଚଳିତ ବର୍ଷ ନିଜର 4G ଏବଂ 5G ସର୍ଭିସ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ସାରକାରୀ ଟେଲିକମ୍ କମ୍ପାନୀ ସାରା ଦେଶରେ ୧ ଲକ୍ଷ ନୂଆ 4G ମୋବାଇଲ୍ ଟାୱାର୍ ସ୍ଥାପନ କରିସାରିଛି ।

Comments are closed.