Latest Odisha News

BREAKING NEWS

୨୦୨୦ ପେସଙ୍କ ଟେନିସ କ୍ୟାରିୟରର ହେବ ଶେଷ ବର୍ଷ !

ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ଶ୍ରେଣୀରେ ସାମିଲ ଲିଆଣ୍ଡର ପେସ୍ ୨୦୨୦ ତାଙ୍କ ଟେନିସ କ୍ୟାରିୟରର ଶେଷ ବର୍ଷ ହେବ ବୋଲି କହିଛନ୍ତି । ଏହା ପରେ ୪୫ ବର୍ଷୀୟ ଏହି ଭେଟେରାନ ଖେଳାଳି ଅବସର ନେଇଯିବେ । କ୍ରିସମାସ ଅବସରରେ ସେ ଏହା ଘୋଷଣା କରିଛନ୍ତି ।

ପେସ୍ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮ ଡବଲ୍ସ ଓ ମିକ୍ସଡ ଡବଲ୍ସ ଟୁର୍ନାମେଂଟ ଟାଇଟଲ ହାସଲ କରିଛନ୍ତି । ୩୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୪ ଟ୍ରଫି ଜିତିଛନ୍ତି । ବର୍ତମାନ ସେ ଏଟିପି ର‌୍ୟାଙ୍କିଙ୍ଗରେ ୧୦୫ ନମ୍ବର ସ୍ଥାନରେ ରହିଛନ୍ତି । ପେସ୍ ଡେଭିସ କପରେ ରେକର୍ଡ ୪୪ ଡବଲ୍ସ ମୁକାବିଲା ଜିତିଛନ୍ତି ।

୧୯୯୬ ଆଟାଲାଂଟା ଅଲିମ୍ପିକ୍ସରେ ସେ ପୁରୁଷ ସିଙ୍ଗଲ୍ସ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତୀତ ସେ ଏସୀୟ ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ, ୨ ବ୍ରୋଞ୍ଜ ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୨୦ରେ ପ୍ରାୟ ସମସ୍ତ ବଡ ଟୁର୍ନାମେଂଟରେ ଅଂଶଗ୍ରହଣ କରିବା ପାଇଁ ଚେଷ୍ଟା କରିବି ବୋଲି ପେସ୍ କହିଛନ୍ତି ।

Leave A Reply

Your email address will not be published.