Latest Odisha News

BREAKING NEWS

ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରାଯାଇଛି।

ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଏତଦବ୍ୟତୀତ ସୋଭରେନ ଗ୍ୟାରେଣ୍ଟ୍ଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି ।

ଏହି ଦୁଇଟି ରାଷ୍ଟ୍ରାୟତ କମ୍ପାନୀକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ । ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ ।

ବିଏସଏନଏଲ ଓ ଏମଟିଏନଏଲ ମଧ୍ୟ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ ଅତିକ୍ରାନ୍ତ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବେ । କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ ।

ଭିଆରଏସ ପାଇଁ ଅନୁଗ୍ରହ ରାଶି ପାଇଁ ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ । ଏହାବ୍ୟତୀତ ପେନସନ, ଗ୍ରାଚ୍ୟୁଇଟି ଓ କମ୍ୟୁଟେସନ ଖର୍ଚ୍ଚ ସରକାର ବହନ କରିବେ ।

ବିଏସଏନଏଲ/ଏମଟିଏନଏଲ ଦ୍ୱାରା ଯୋଜନାର ବିବରଣୀ ଚୁଡ଼ାନ୍ତ କରାଯିବ । ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବଶ୍ୟକତା ପୂରଣ କରିବା ଲାଗି ବିଏସଏନଏଲ ଏବଂ
ଏମଟିଏନଏଲ ସେମାନଙ୍କ ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ ।

ବିଏସଏନଏଲ ଓ ଏମଟିଏନଏଲର ନୀତିଗତ ମିଶ୍ରଣ
ଉପରୋକ୍ତ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ବିଏସଏନଏଲ ଏବଂ ଏମଟିଏନଏଲ ଦେଶର ଉପାନ୍ତ ଏବଂ ଗ୍ରାମାଂଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେସନ ନେଟୱର୍କ ଜରିଆରେ ବିଶ୍ୱସନୀୟ ଏବଂ
ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.