Latest Odisha News

BREAKING NEWS

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି।

ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ମଧ୍ୟ ‘ବିସିସିଆଇ’ର ନୂତନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ଧୁମାଲ ‘ବିସିସିଆଇ’ର ନୂତନ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି।

Leave A Reply

Your email address will not be published.