ନୂଆଦିଲ୍ଲୀ: ସାରା ଦେଶରେ ଘରୋଇ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଯୋଜନାର ମୂଲ୍ୟକୁ ବହୁଗୁଣିତ କରିଥିଲେ, ଯାହା ବ୍ୟବହାରକାରୀଙ୍କ ପକେଟରେ ବଡ଼ ବୋଝ ପକାଇଥିଲା । ହେଲେ ଇତିମଧ୍ୟରେ ବିଏସଏନଏଲ ଗୋଟେ ପରେ ଗୋଟେ ଶସ୍ତା ରିଚାର୍ଜ ପ୍ଲାନ୍ ଆଣି ୟୁଜର୍ସଙ୍କ ମନ କିଣିବାରେ ଲାଗିଛି। ବିଏସଏନଏଲ ଏହାର କୋଟି କୋଟି ଗ୍ରାହକଙ୍କ ପାଇଁ ଏବେ ଦୁଇଟି ନୂଆ ଭଏସ୍ ପ୍ଲାନ୍ ଲଞ୍ଚ କରିଛି । ଏହି ଯୋଜନାଗୁଡ଼ିକ ବିଶେଷକରି ସେହି ଉପଭୋକ୍ତାଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ କେବଳ କଲିଂ ସୁବିଧା ଚାହାଁନ୍ତି ।
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ଏପରି ଯୋଜନା ପ୍ରଚଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁଥିରେ ଗ୍ରାହକ ମାନେ କେବଳ ଭଏସ୍ କଲିଂର ସୁବିଧା ପାଇପାରିବେ । ବିଏସଏନଏଲର ଏହି ନୂଆ ଯୋଜନାଗୁଡ଼ିକ ୩୦ ଏବଂ ୬୫ ଦିନର ଭ୍ୟାଲିଡିଟି ସହିତ ଆସିଛି, ଯାହା ସୁଲଭ ମୂଲ୍ୟରେ ଅସୀମିତ କଲିଂ ଏବଂ ଏସଏମଏସ ସୁବିଧା ପ୍ରଦାନ କରିବ ।
ବିଏସଏନଏଲର ୧୪୭ ଟଙ୍କିଆ ରିଚାର୍ଜ ପ୍ଲାନରେ, ଉପଭୋକ୍ତାମାନେ ୩୦ ଦିନର ଭ୍ୟାଲିଡିଟି ସହିତ ଅସୀମିତ ଭଏସ୍ କଲିଂ ଏବଂ ମାଗଣା ଏସଏମଏସ ସୁବିଧା ମିଳିବ। ସେହିପରି ୩୧୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୬୫ ଦିନର ଭ୍ୟାଲିଡିଟି ସହିତ ଅସୀମିତ ଭଏସ୍ କଲିଂ ଏବଂ ମାଗଣା ଏସଏମଏସ ମିଳିବ। ଟ୍ରାଇର ନୂଆ ନିୟମ ଟେଲିକମ୍ କମ୍ପାନୀଗୁଡ଼ିକର ରଣନୀତିକୁ ବଦଳାଇ ଦେଇଛି। ଟ୍ରାଇ ନିକଟରେ ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ୨ଜି ଏବଂ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ଇଣ୍ଟରନେଟ୍ ଡାଟା ବିନା ମଧ୍ୟ କାମ କରିବ। ଏହା ପରେ, ଅନେକ କମ୍ପାନୀ ଏପରି ଯୋଜନା ଲଞ୍ଚ କରିଥିଲେ, କିନ୍ତୁ ବିଏସଏନଏଲ ପ୍ଲାନଗୁଡ଼ିକୁ ସବୁଠୁ ଶସ୍ତା ବୋଲି କୁହାଯାଉଛି।
ବିଏସଏନଏଲ ପାଖରେ ପୂର୍ବରୁ ଆଉ ଦୁଇଟି ନନ୍-ଡାଟା ରିଚାର୍ଜ ପ୍ଲାନ୍ ଉପଲବ୍ଧ ରହିଛି । ୯୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୧୭ ଦିନର ବୈଧତା ସହିତ ଅସୀମିତ କଲିଂ ସୁବିଧା ପାଇବେ ଗ୍ରାହକ ଆଉ ୪୩୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ରେ ମିଳିବ ୯୦ ଦିନର ଭ୍ୟାଲିଡିଟି । ତା ସହିତ ଅସୀମିତ କଲିଂ ଏବଂ ୩୦୦ ମାଗଣା ଏସଏମଏସ । ଏହି ପ୍ଲାନ୍ଗୁଡ଼ିକ ସେହି ଉପଭୋକ୍ତାଙ୍କ ପାଇଁ ବହୁତ ଲାଭଦାୟକ ଯେଉଁମାନେ ବିଏସଏନଏଲ ନମ୍ବରକୁ ଦ୍ୱିତୀୟ ସିମ୍ ଭାବରେ ବ୍ୟବହାର କରନ୍ତି ।
Comments are closed.