Latest Odisha News

BREAKING NEWS

ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୫ ସେସନ୍ ୧ର ଫଳାଫଳ । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା ହୋଇଛି ।

ଚଳିତ ବର୍ଷ ୧୪ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ସେସନ୍ ୧ରେ ପୂର୍ଣ୍ଣ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ପୁଅ ଏବଂ ଜଣେ ଝିଅ ରହିଛନ୍ତି । ତେବେ ରାଜସ୍ଥାନ ପାଞ୍ଚ ଜଣ ଟପରଙ୍କ ସହିତ ତାଲିକାର ଶୀର୍ଷରେ ରହିଛି । ୧୨.୫୮ ଲକ୍ଷ ପିଲା ଜେଇଇ ମେନ୍‌ ସେସନ-୧ ପରୀକ୍ଷା ଦେଇଥିଲେ ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ନିଜର ସ୍କୋର ଯାଞ୍ଚ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଇ ସେମାନଙ୍କର କରିପାରିବେ ।

ସ୍କୋର ଚେକ୍ କରିବାକୁ ହେଲେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ । ଏହା ପରେ ସେସନ୍ ୧ ସ୍କୋରକାର୍ଡ ଡାଉନଲୋଡ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ମଗାଯାଇଥିବା ଆବଶ୍ୟକୀୟ ସୂଚନା ପୂରଣ କରନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ । ଏହା ପରେ ନିଜର ଫଳାଫଳ ଯାଞ୍ଚ କରନ୍ତୁ ।

Comments are closed.