Latest Odisha News

BREAKING NEWS

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) ।

ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌ କରିଛି। ଏହି ପ୍ଲାନ୍‌ରେ ପୂର୍ବ ତୁଳନାରେ ଗ୍ରାହକଙ୍କୁ ମିଳିବ ଅଧିକ ଡାଟା।

ଆଜିଠାରୁ (୨୩ ଡିସେମ୍ବର) ବିଏସଏନଏଲ ଗ୍ରାହକ ଏହି ପ୍ଲାନ୍‌କୁ ରିଚାର୍ଜ କରି ଏହାର ଲାଭ ଉଠାଇ ପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬୬୬ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକ ମାନଙ୍କୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ନିୟମିତ ୩ ଜିବି ଡାଟା ମିଳିବ।ଏଥିସହ ଉପଭୋକ୍ତା ଏମ୍‌ଟିଏନ୍‌ଏଲ୍‌ ସହ ଯେକୌଣସି ନେଟଓ୍ଵର୍କକୁ ଅନ୍‌ଲିମିଟେଡ୍‌ କଲିଂ(୨୫୦ ମିନିଟ୍‌ ପ୍ରତିଦିନ) କରିପାରିବେ।

ତେବେ ୩୧ ଡିସେମ୍ବର ପରେ ଗ୍ରାହକ କେବଳ ୨ ଜିବି ଡାଟାର ସୁବିଧା ପାଇପାରିବେ। ଏହି ପ୍ୟାକ୍‌ର ବୈଧତା ୧୩୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି ।

Comments are closed.