Latest Odisha News

BREAKING NEWS

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ବାରବାଟୀରେ ଅନେକ ରେକର୍ଡ଼ ହୋଇଛି ଯାହାକି ସମସ୍ତେ ଜାଣନ୍ତି ନାହିଁ । ବାରବାଟୀ ଷ୍ଟାଡିୟମର କେତେକ ସ୍ମରଣୀୟ ଘଟଣା ବିଷୟରେ ଉଲ୍ଲେଖ କରୁଛି ।

ଏଠାରେ ଜାନୁୟାରୀ ୧୯୮୭ରେ ଭାରତର କପିଳ ଦେବ ଶ୍ରୀଲଙ୍କାର ରୁମେଶ ରତ୍ନାୟକେଙ୍କୁ ଆଉଟ କରି କ୍ୟାରିୟରର ୩୦୦ ଟେଷ୍ଟ ଉଇକେଟ ହାସଲ କରିଥିଲେ । ଏଠାରେ ୨ଟି ବିଶ୍ୱକପ ମ୍ୟାଚ ଖେଳାଯାଇଛି । ୧୯୮୭ ବିଶ୍ୱକପରେ ଅଷ୍ଟ୍ରେଲିଆ ୭୦ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ୧୯୯୬ ବିଶ୍ୱକପରେ ଭାରତ ୭ ଉଇକେଟରେ କେନିୟାକୁ ପରାସ୍ତ କରିଥିଲା । ମହମ୍ମଦ ଆଝାରୁଦ୍ଦିନ ଓ ଅଜୟ ଜାଡେଜା ଅପରାଜିତ ୨୭୫ ରନର ପାର୍ଟନରଶିପ୍ ରେକର୍ଡ ପାର୍ଟନରଶିପ ସଂଗ୍ରହ କରିଥିଲେ । ୪ର୍ଥ ଉଇକେଟରେ ଏବେ ମଧ୍ୟ ଏହି ରେକର୍ଡ ବଳବତର ରହିଛି ।

ସେହିପରି ଟେଷ୍ଟ କ୍ରିକେଟରେ ଏହି ପିଚ୍ ସର୍ବାଧିକ ରନ ସଂଗ୍ରହରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତ ୧୯୮୭ରେ ଶ୍ରୀଲଙ୍କା ବିପକ୍ଷରେ ୪୦୦ ରନ କରି ଅଲଆଉଟ ହୋଇଥିଲା । ବ୍ୟକ୍ତିଗତ ସର୍ବାଧିକ ରନ ଦିଲୀପ ଭେଙ୍ଗସରକାର(୧୬୬) ସଂଗ୍ରହ କରିଛନ୍ତି । ବୋଲରଙ୍କ ମଧ୍ୟରେ ଭାରତର ନରେନ୍ଦ୍ର ହିରୱାନୀ ଓ ମନିନ୍ଦର ସିଂ ୬ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି । ଶ୍ରୀଲଙ୍କାର ରବି ରତ୍ନାୟକେ ଓ ଭାରତର କପିଳ ଦେବ ତାଙ୍କ ପଛକୁ ୫ଟି ଲେଖାଏ ଉଇକେଟ ନେଇଛନ୍ତି ।

ଦିନିକିଆ କ୍ରିକେଟରେ ମହମ୍ମଦ ଆଝାରୁଦ୍ଦିନ ଜିମ୍ବାୱେ ବିପକ୍ଷରେ ସର୍ବାଧିକ ୧୫୨ଞ୍ଚ ରନ ସଂଗ୍ରହ କରିଛନ୍ତି । ତେବେ ଏଠାରେ ଓଭରାଲ ସର୍ବାଧିକ ରନ ସଚିନ ତେନ୍ଦୁଲକର (୪୬୯) ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ଅଜୟ ଜାଡେଜା (୨୭୩) ଓ ଆଝାରୁଦ୍ଦିନ ( ୨୪୨) ରନ କରିଛନ୍ତି । ସେହିପରି ଓଭରାଲ ସର୍ବାଧିକ ଉଇକେଟ ତାଲିକାରେ ଅନୀଲ କୁମ୍ବଲେ, ଈଶାନ୍ତ ଶର୍ମା ଓ ଅଜିତ ଅଗରକର ରହିଛନ୍ତି । ସେମାନେ ୭ଟି ଲେଖାଏ ଉଇକେଟ ହାସଲ କରିଛନ୍ତି । ଯୁବରାଜ ସିଂ ଏହି ପିଚରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ୧୫୦ ରନ ସଂଗ୍ରହ କରିଛନ୍ତି ।

ଦିନିକିଆ ଶତକ : ବାରବାଟୀ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ୧୨ ଦିନିକିଆ ଶତକ ହାସଲ ହୋଇଛି । ଅଜୟ ଜାଡେଜା ୨ଟି ଶତକ ହାସଲ କରିଛନ୍ତି । ଶତକ ହାସଲ କରିଥିବା ଖେଳାଳିମାନେ ହେଲେ- ରବି ଶାସ୍ତ୍ରୀ (୧୦୨), ଅଜୟ ଜାଡେଜା (୧୦୪), ସଚିନ ତେନ୍ଦୁଲକର (୧୨୭ଞ୍ଚ), ମହମ୍ମଦ ଆଝାରୁଦ୍ଦିନ (୧୫୩ଞ୍ଚ), ଅଜୟ ଜାଡେଜା (୧୧୬ଞ୍ଚ), ଗ୍ରାଂଟ ଫ୍ଲାୱାର (୧୦୨), କେଭିନ ପିଟରସନ (୧୧୧ଞ୍ଚ), ଅଜିଙ୍କ୍ୟ ରାହାନେ(୧୧୧), ଶିଖର ଧାୱନ (୧୧୩), ଯୁବରାଜ ସିଂ (୧୫୦), ମହେନ୍ଦ୍ର ସିଂ ଧୋନୀ (୧୨୨) ଓ ଇଓନ ମୋର୍ଗାନ (୧୦୨) ।

Leave A Reply

Your email address will not be published.