Latest Odisha News

BREAKING NEWS

୫ ସହରରେ ଘରୋଇ ହସ୍ପିଟାଲ ୮୦% ଆଇସିୟୁ ବେଡ୍ କୋଭିଡ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମରେ କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ୩୦ ରୁ ଅଧିକ ବେଡ୍ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ୮୦ ପ୍ରତିଶତ ଆଇସିୟୁ ବେଡ୍ ଓ ୫୦ ପ୍ରତିଶତ ସାଧାରଣ ବେଡ୍ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ସପୂର୍ଣ୍ଣ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାର ବିକଳ୍ପ ମଧ୍ୟ ରଖିବାକୁ କୁହାଯାଇଛି ।

ତେବେ ପୂର୍ବରୁ ସରକାରଙ୍କ ଦ୍ୱାରା ବିଜ୍ଞପିତ ଧାର୍ଯ୍ୟ ଦର ଅନୁଯାୟୀ ଏହି ହସ୍ପିଟାଲଗୁଡିକ ରୋଗୀମାନଙ୍କଠାରୁ ଚିକିତ୍ସା ଖର୍ଚ୍ଚ ଆଦାୟ କରିପାରିବେ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଆଜି ସନ୍ଧ୍ୟାରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ତତକାଳ କାର୍ଯ୍ୟକ୍ଷମ ହୋଇଥିବା ଦର୍ଶାଯାଇଛି ।

Leave A Reply

Your email address will not be published.