Latest Odisha News

BREAKING NEWS

ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ, କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ

କୋରାପୁଟ: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ। ଜଙ୍ଗଲରୁ ଠାବ କଲେ ୨ଟି ଲ୍ୟାଣ୍ଡମାଇନ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ ହୋଇଛି। ଏହି ଲ୍ୟାଣ୍ଡମାଇନ ଠାବ କରିଛି ଅନକାଡେଲି ସ୍ଥିତ ୬୫ବାଟାଲିଆନ ବିଏସଏଫ। ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ।

ସୂଚନା ଅନୁସାରେ, ବିଏସଏଫ ଯବାନମାନେ କଦମଗୁଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏହି ଲ୍ୟାଣ୍ଡ ମାଇନ ଠାବ କରାଯାଇଛି। ଘଟଣାରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ ଦ୍ୱାରା ୨ଟି ଲ୍ୟାଣ୍ଡ ମାଇନକୁ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ କରାଯାଇଛି। ଫଳରେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଯବାନ। ମାଓବାଦୀ ଏହି ଜଙ୍ଗଲରେ ଯୋଜନା ପୂର୍ବକ ବିଛାଇଥିଲେ ଜାଲ,ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍। ଏହି ଜଙ୍ଗଲରୁ ପ୍ରାୟ ସମୟରେ ଲ୍ୟାଣ୍ଡମାଇନ ଲଗାଇବାର ଖବର ଆସେ। ଗତକାଲି ମାଓ ଅପରେସନ ବେଳେ ଲ୍ୟାଣ୍ଡଲାଇନ ଠାବ କରି ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ବିଏସଏଫ ଯବାନ।

ସୂଚନାଥାଉକି, ଗତ ମାସ ୫ତାରିଖରେ ମଧ୍ୟ ବିଏସଏଫ ଯବାନ ଓ ଅନକାଡେଲିର ମିଳିତ ସର୍ଚ୍ଚ ଅପରେସନ ହୋଇଥିଲା। ଏହି ସମୟରେ ଅନ୍ଦ୍ରାହାଲ ଠାରେ ମଧ୍ୟ ପଥର କରଡ଼ରୁ ୨ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିଲା। ଏକ ବ୍ୟାନରକୁ ମଧ୍ୟ ବିଏସଏଫ ଯବାନ ଜବତ କରିଛନ୍ତି। ତେବେ ବ୍ୟାନର ତଳେ ସିପିଆଇ ମାଓବାଦୀ, ଗୁମା ଆଞ୍ଚଳିକ କମିଟି ବୋଲି ଉଲ୍ଲେଖ ରହିଛି।

Leave A Reply

Your email address will not be published.