Latest Odisha News

BREAKING NEWS

ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିବା ଏହି ଭିକାରୀ ଜଣକ ବିଟେକ୍ ଗ୍ରାଜୁଏଟ !

ପୁରୀ: ଶିକ୍ଷିତ ଭିକାରୀ । ପେଷାରେ ଭିକାରୀ ହେଲେ ଯୋଗ୍ୟତା ବିଟେକ୍ ଇଞ୍ଜିନିୟର । ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି କଥାଟି କିନ୍ତୁ ସତ ।

ପୁରୀ ବଡଦାଣ୍ଡରେ ଭିକ ମାଗୁଛନ୍ତି ଜଣେ ବିଟେକ୍ ଇଞ୍ଜିନିୟର । ଏହି ଶିକ୍ଷିତ ଭିକାରୀଙ୍କର ନାମ ଗିରିଜା ଶଙ୍କର ବୋଲି ଜଣାପଡିଛି ।

ଅନେକ ଦିନ ହେବ ସେ ଭିକ ମାଗୁଥିଲେ ମଧ୍ୟ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗିରିଜା ଶଙ୍କର ଶୁକ୍ରବାର ଦିନ ଜଣେ ରିକ୍ସା ଚାଳକ ନାଁରେ ପୁରୀ ଟାଉନ ଥାନାରେ ଇଂରାଜୀରେ ଅଭିଯୋଗ କରିଥିଲେ।

ଗିରିଜାଙ୍କ ଘର ଭୁବନେଶ୍ୱର ନୀଳାଦ୍ରି ବିହାରରେ ଆଉ ତାଙ୍କ ବାପା ଜଣେ ଡିଏସପି ବୋଲି ସେ ନିଜ ‘ଏଫଆଇଆର’ରେ ଲେଖିଥିଲେ ।

ରିପୋର୍ଟ ଅନୁଯାୟୀ ଗିରିଜା ବଡଦାଣ୍ଡରେ ଥିବା ଗାଉଡ଼ିଆ ମଠ ନିକଟରେ ପ୍ରତିଦିନ ଭିକ୍ଷା ମାଗନ୍ତି । କିନ୍ତୁ ଶୁକ୍ରବାର ଦିନ ଜଣେ ରିକ୍ସା ଚାଳକ ତାଙ୍କ ସାମ୍ନାରେ ରିକ୍ସା ରଖି ଦେଇଥିଲେ ।

ତାଙ୍କ ସାମ୍ନାରୁ ରିକ୍ସା ହଟାଇବାକୁ ଗିରିଜାଙ୍କ ତାଙ୍କୁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିଗୋଳ ଓ ପରେ ମାରପିଟ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ଏଥିରେ ଆହତ ହୋଇଥିବା ଗିରିଜା ରିକ୍ସା ଚାଳକ ନାଁ ରେ ଥାନାରେ ଅଭିଯୋଗ କରିଥିଲେ।

ତେବେ ଜଣେ ଇଞ୍ଜିନିୟର ଛାତ୍ର କାହିଁକି ଭିକ୍ଷା ବୃତ୍ତି କରୁଛନ୍ତି ତାହାର କାରଣ ଜାଣିବାକୁ ଚେଷ୍ଟା କରିଥୁବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.